ଆପଣା ଶୈଶବ କପାଳ ଲିଖନ
ବିଧାତା ସୃଜିଲ କାହିଁ
ପିତା ମାତା ନାହିଁ ଦୁହେଁ ତ' ଅନାଥ
ଦାଦନ ଖଟୁଛି ମୁହିଁ
ଈଶ୍ବର ଦିଅ ବତାଇ
ମୋ' ଶୈଶବ କଥା ବୁଝି ପାରେ ନାହିଁ
କୋଳେ ମୋର କୁନି ଭାଇ ।
ନୀଡ ଭାଙ୍ଗି ଯେବେ ପବନେ ଉଡଇ
ବୃକ୍ଷର କି' ଅବା ଦୋଷ
ପିତା ମାତା ଦୁହେଁ ଗଲେ ଆରପାରି
ଓଠରୁ ଛଡାଇ ହସ
ଅନାଥ ରୁପେ ବେହୋସ
ପଥର ଖଣିରେ କର୍ମ ଜୀବି ମୁହିଁ
ଦେଖିବାକୁ ଭାଇ ହସ ।
ଝାଞି ଖରା ଦେହେ କ୍ଲେଶ ଦିଏ ବହୁ
ଝାଳ ନିଗାଡି ବହୁଛି
କାହାର ହୃଦୟ ବିଶାଳ କି' ନୁହଁ
ଆହା କିଏ ବା' କରୁଛି
ଉଦର ପସି ଯାଉଛି
ନୁଖୁରା ଶରୀର ତୈଳ କି' ମିଳିବ
ପଞ୍ଚ ଆତ୍ମା ମୋ' କାନ୍ଦୁଛି ।
ଦଇବ ପୁରୁଷ ହୋଇଲ ନିର୍ଦୟ
ପାଠ ପଢା ଭୁଲି ଗଲି
ଦି' ମୁଠା ଆହାରେ ଦାଦନ ଖଟାଇ
ଶୈଶବ କାନ୍ଦେ ବୋବାଳି
ଅର୍ନ୍ନ ପାଇଁ କରେ କଳି
କୁନି ହାତେ ବହି ବସ୍ତାନି ନ'ଧରି
ବସନ ଅସନା ମଳି ।
ହରିହର ଭୂକ୍ତା,
ରାକସ,ତାଳଚେର, ଅନୁଗୁଳ
ଦୂରାଭାଷନଂ- 8917636422


0 Comments