କୋମଳ ମତି ସେ
କୋଳରେ ତାହାର
ଧରିଛି ଟିକି ଭଉଣୀ
ନୀଳ ଆକାଶ ର ତଳେ
ବସି ପାହାଡ ପାଖରେ
ଆଖିରୁ ଝରେ ତା ପାଣି
ପାଖରେ ତାହାର ସବୁ କିଛି ଥାଇ
ସବୁ ତ ଦୂରେଇ ଗଲେ
ତଥାପି କାହିଁକି ପାଇବାର ଆଶା
ମନେ ଥାଏ ସବୁବେଳେ
ଜୀବନ ଯୁଦ୍ଧ ରେ
ହରି ଯିବା ପାଇଁ
ଜନମ ହେଇନି ମୁଁହି
ଯେତେ ହରିଲେବି
ଜିଣି ବାର ଆଶା
କେବେ କମିଯିବ ନାହିଁ
ବିକଳ ମନର
ଛନ୍ଦ ହିନ ଗତି
କେମିତି ଗାଇବ ଗୀତ
ଗୀତ ନୁହେଁ ସେ ତ
ବେଶୁରା ରାଗିଣୀ
ମନ ହୁଏ ସନ୍ତାପିତ
ଭାବ ଭରା ନେତ୍ର ତାର
ଅମାନିଆ ଅଶ୍ରୁ ଝରେ
ନିରବ ହୃଦୟେ
ସାଦା କାଗଜରେ
ଖୁସିର ସାମ୍ରାଜ୍ୟ ଗଢେ
ରଶ୍ମିତା ଦାସ
ଭଦ୍ରକ


0 Comments