କାନ୍ଦୁଛି ଶୈଶବ,ନିରିମାଖି ହୃଦ
ଜନ୍ମ ହେବା ମହାପାପ।
ପଢ଼ିବା ଖେଳିବା ବୟସେ ମୋହର
ମମତା ର ବଡ ଡାକ।୧।
କିପରି ଵଂଚିବି, କାହିଁକି ବଂଚିବି
କହ ଆହେ ଜଗନ୍ନାଥ।
ମାଆ ନାହିଁ ପାଶେ, ବାପା ନାହିଁ ପାଶେ। ତୁହି ମୋହର ବିଶ୍ୱାସ।୨।
ହାତେ ମୋର ଭାଇ, ଖାଇବାକୁ ନାହିଁ। ନାହିଁ ପୁଣି ବାସସ୍ଥାନ।
ଅଲୋଡା ସଂସାର, ଅଛଵ ଏ ପ୍ରାଣ
ନିଅ ମୋର ପ୍ରାଣ ଧନ।୩।
ଉପରେ ଆକାଶ, ପାଖରେ ପାହାଡ଼
ହୃଦୟ ଟା ପୁରା ଶୂନ୍ୟ।
କେହି ମୋର ନାହିଁ ସାହା ଓ ଭରସା
ତୁମେ ପରା ମହାଶୂନ୍ୟ।୪।
ଶୂନଶାନ ଭୁମି, ଶମଶାନ ପରି
କେହି ମୋତେ ରକ୍ଷା କର।
ଏ ଦାରୁଣ ଦୁଃଖ,ସହି ନ ପାରଇ
ବାରେ ମୋତେ ଦୟାକର।୫।
ଜଗଦୀଶ ଶତପଥୀ।
ଧର୍ମଶାଳା। ଯାଜପୁର।


0 Comments