ଛବି କଥା କହେ - ଦୁଷ୍ମନ୍ତ ବେହେରା

 


ଗରିବ ସ୍ବପ୍ନ ଆଶାରେ ମରେ

ଜୀବନ ଭୋକ ଶୋଷରେ ଝରେ

ଏ ତ'ଅ ରଙ୍ଗିନ ଦୁନିଆ 

ସ୍ବପ୍ନ ଦେଖେଇ ଲୋଭରେ ମାରେ!! 


ଝରେ ଲୁହ ଜୀବନ ଦୁଃଖ

ଭାଙ୍ଗିପଡି ନାହିଁ ମୁଁ

ମୋ ମନ ବଳ ଆଶା ଶୋଷ

ତଥାପି ମୁଁ ବି ଯୋଗ୍ୟ !! 


ମଲାଟ ଲେଖା ଭାଗ୍ଯ ମୋର

ଦଦରା ଅକ୍ଷରେ ଚିରି ପୋଡେ

ବାସ୍ନା ଚିହ୍ନ ର ଛାଇ ଛବି

ମନ ସ୍ମୃତି ଲକ୍ଷ୍ଯ ସୁଖ ର ଘର !! 


ହାରି ନାହିଁ ମୋ ଶରୀର

ଚାହିଁ ବସି ଅଛି ଭୋକ

ଲୁହ ଝରିବ ରହିବ ଲୁହର ଦାଗ

ହାରିବନି ମୋ ପଞ୍ଜରା ହାଡ !! 


ଭାଗ୍ୟ ସାଥେ ସିନା କର୍ମ ମରେ

ମୋ ଦେହ ସାଥେ ଚର୍ମ ସୁଖେ

ଲକ୍ଷ୍ଯ କୁ ତଥାପି ଚାହିଁ ବସିଛି

ଲୁହ ଭରା ଫିକା ଶୀଉଳି ସୂତେ!! 


ଶରୀର ମହକି ଉଠିବା ଆଗରୁ

ଆତ୍ମା ସଦୃଶ ମଳିନ ଚିହ୍ନ

ଧରା କୁ ଧରି ଶରୀର ମୋର

କହୁଥିବ ମୁଁ ବି ଯୋଗ୍ୟ କୁ ଯୋଗ୍ୟ !! 


ଦୁଷ୍ମନ୍ତ ବେହେରା (ପାଦପଦ୍ମ) 

ଢେଙ୍କାନାଳ, ମୋ ନଂ-୯୯୩୭୬୫୨୫୦୪

Post a Comment

0 Comments