"ଏତେ ବଡ଼ ଦୁନିଆରେ କେହି ନାହିଁ ମୋର
ଏକା ଏକା କରେ ମୁଁ ବିଚରଣ
ସାଙ୍ଗରେ ମାଆ ନା ବାପା ନାହିଁ କେହି
ମୋର ଅଛି ଜଣେ ସାନ ଭଉଣୀ
ଏତେ ବଡ଼ ଦୁନିଆରେ ସେ ଏକା ନିଜର
ବାଲ୍ୟ କାଳୁ ମାଆ ବାପା କୁ ହରେଇ
ଛୋଟ ଛୁଆ ଟିକୁ ଧରି
ଖରା ତରା ନ ମାନି କରୁଥାଇ କାମରେ
ମୁଁ ବାଲ୍ୟରୁ ଅନାଥ ରେ
ଏତେ ବଡ଼ ଦୁନିଆରେ କେହି ପଚାରନ୍ତି ନାହିଁ ରେ
ଖଟିଲେ ଖାଇ ଖୁଆଏ ତାକୁ ରେ
ମୁଁ ତାର ମାଆ ପୁଅ ପୁଣି ବାପା, ଭାଇ ସବୁ
ଖଟିଲେ ଖାଇବି ନହେଲେ ଉପାସ ରହିବି
ଛୋଟ ବେଳୁ କଷ୍ଟ ପୀଡ଼ା ସହିରେ
ବଲ୍ୟରୁ ମୁଁ ପିତୃ ମାତୃ ହୀନ ରେ
ଏଇ ତ ସଂଘର୍ଷ ମୟ ଦୁନିଆ ରେ ।"
_ଅନିତା ବିଶ୍ଵାଳ
ସୁନ୍ଦରଗଡ଼


0 Comments