ସିନ୍ଧୁଏ ଆଶା ଅମାପ ବିଶ୍ଵାସ ଭରପୁର ପ୍ରେମକୁ କୋଳାହଳ ସମୟ ର ଅଙ୍କା ବଙ୍କା ଭାବନାମୟ ସମାଜରେ ଲୁଚେଇ ପରିସ୍ଥିତି ସହ ତାଳଦେଇ ଚାଲିବାକୁ ମୋତେ କେତେ ଯେ କଷ୍ଟ ଅନୁଭବ ହେଉ ଥିଲା ତାହା ଭାବିଲେ ବେଶି କଷ୍ଟଦାୟକ ସଖା।କଲେଜ୍ ର ଶେଷ ଦେଖା ଦିନ ତୁମେ ସିନା ହସି ହସି କହିପଳେଇଲ ଦେଖା ନହେଲେ ବି ମନରେ ସବୁଦିନ ଥିବି ବୋଲି ହେଲେ ମୋର ଅସୁମାରୀ ମନ କିନ୍ତୁ କିଛି ଅଲଗା ଶୁଣିବା ଆଶା ବାନ୍ଧି ଥିଲା। ହେଲେ କାହିଁକି ତୁମେ ମୋ ହୃଦୟର ସ୍ପନ୍ଦନ କୁ ବୁଝିପାରିଲନି?
ଶୁଣିଥିଲି ସତ୍ୟ ପ୍ରେମ ସଫଳ ହୁଏ, ହେଲେ ମୋ ସହିତ କାହିଁକି ଏମିତି ହେଲା? ଭାବଥିଲି ମୁଁ ଯେମିତି ତୁମକୁ ଭାବେ ତୁମେ ବି... ।ହେଲେ ସେଦିନ କହିଦେଇଗଲ ମୁଁ ତୁମର ନିଃସ୍ବାର୍ଥପର ବନ୍ଧୁ ବୋଲି।ହେଲେ କଣ କରିଥାନ୍ତି କୁହ, ମୋ ହୃଦୟ ସେତେବେଳକୁ ସ୍ବାର୍ଥ ପର ହୋଇସାରିଥିଲା।ଆଜି ର ଏଇ କଥା ଶୁଣିଲେ ତୁମେ ବି ପ୍ରଶ୍ନ କରିଥାନ୍ତ,ଯେ ମୁଁ ଆଗ କାହିଁକି କହିଲିନି।ତୁମେ କଥାରେ କଥାରେ ମୋତେ ଲାଜକୁଳା କହୁଥିଲ ନା ।ହଁ ସତରେ ମୁଁ ଲାଜକୁଳା ଥିଲି କେବଳ ଆଉ କେବଳ ତୁମରି ପାଖରେ।ସତରେ ସଖା ତୁମ ଲାଜକୁଳା ଶବ୍ଦ ଟା ମୋ ଜୀବନ ଟା ରଂଗ ହୀନ କରିଦେଲା।ନା ନା ସଖା ତୁମେ କେବେ ଭାବିବନି ତୁମେ ମୋର କ୍ଷତି କରିଛ ବୋଲି । ବରଂ ନିଜେ ନିଜର କରିଛି ମୁଁ। ମୁଁ ମୋ ଜୀବନକୁ ରଂଗମୟ କରିବାକୁ ଆଉ କାହାକୁ ସୁଯୋଗ ଦେଇନି। ତୁମ ନିଃସ୍ବାର୍ଥପର ବନ୍ଧୁ ଶବ୍ଦ ଟାକୁ ମୁଁ ମାନିନେଇ ତୁମ ମଙ୍ଗଳମୟ ଜୀବନ କାମନା କରି ମୋ ଅସୁମାରୀ ସ୍ବପ୍ନ ଆଶା ସବୁକୁ ମୋ ହୃଦୟ ଭିତରେ ସମାଧି ଦେଇ ଦେଇଛି ସିନା ହେଲେ କେବେ କାହାରିକୁ କହିନି ମୋ ମନର ମଣିଷ ଟା ତୁମେ ଥିଲ ବୋଲି।କାରଣ ମୋର ବାଡୁଅହୋଇ ରହିଥିବା ଅବସ୍ଥା ଦେଖି ତୁମକୁ କେହି ଧୋକାବାଜ୍ କହିଲେ ମୁଁ କେବେ ସହିପାରିବିନି ସତରେ।
ଲୋଭାବତୀ ଦାସ
ମାଧବାବାନନ୍ଦ ଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ,ମାଧବ,ନିଆଳୀ ,କଟକ


0 Comments