ଛବି କଥା କହେ - ରଞ୍ଜିତା ମିଶ୍ର




 ମା... କୋଉଠି ତୁ

ଆଜି କାଇଁ ଇଛା ହୁଏ ତୋ ଛାତିରେ

ମୁହଁ ଗୁଞ୍ଜି କାନ୍ଦିବାକୁ

ଛାତି ତଳର ଅକୁହା ଯନ୍ତ୍ରଣା ସବୁ

ଛଟ ପଟ ହୋଉଛି ଲୁହ ହେଇ ବୋହି ଯିବାକୁ..

ତୋ ପଣତ ରେ ଘୋଡେଇ ହେବା ପାଇଁ ମନ ଆଜି ବ୍ୟାକୁଳ

ହେଲେ କୋଉଠି ତୁ ମା..

କୋଉ ଅଜଣା ରାଇଜରେ ହଜି ଗଲୁ

ଆମ ଦୁଇ ଭଉଣୀ ଙ୍କୁ ଏକା କରି

ଖୋଜିଲେ ବି ପାଉନି ଆଜି ତୋର ସେଇ ସ୍ନେହ ର ପଣତ ତଳ


ଏଠି କେହି ନୂହେଁ କାହାର

ସ୍ୱାର୍ଥ ଥିଲେ ସଭିଏଁ ନିଜର

ସ୍ୱାର୍ଥ ସରି ଗଲେ ସଭିଏଁ ପର

ସୁଖ ସମୟ ରେ ସବୁ ନିଜର

ବିପଦ ବେଳେ କେହି ନୂହେଁ କାହାର

ବିପଦ ସମୟ ରେ କେହି ଆସନ୍ତି ନି

ଖୁସି ର ସମୟେ ସଭିଏଁ ଆସନ୍ତି


କାହାକୁ କହିବି ଏଠି ନିଜର ନିଜର

ନିଜ ବାଟରେ ଆମେ ଏକାକୀ ପଥିକ


ମା... କେମିତି କରୁଛି ଦିନ

ଆଖିରେ ନିଦ ନାହିଁ ପେଟରେ ଭୋକ ର ଯନ୍ତ୍ରଣା

କେବେ ଲୁହ ପିଉ ପିଉଛୁ ତ କେବେ କୋହ

ମନରେ ଖାଲି ଦୁଃଖ ଆଉ ଦୁଃଖ

ନାଟକ ସରିଛି ଆଲୁଅ ଲିଭି ଛି

ସମସ୍ତେ ଗଲେଣି ଚାଲି

ଆମେ ଦୁହେଁ ଏଠି ଏକାକୀ

ଆସୁ ଯେତେ ବାଧା ବିଘ୍ନ

ଭୟ ନାହିଁ

ଆମକୁ ଶାହା ପରା ପ୍ରଭୁ ଜଗନ୍ନାଥ.


ରଞ୍ଜିତା ମିଶ୍ର 

Post a Comment

0 Comments