ଛବି କଥା କହେ - ଶ୍ୱେତପଦ୍ମା ପାଢ଼ୀ



ଆଜି ପରା ଭାଦ୍ରବ ଶୁକ୍ଳ ଚତୁର୍ଥୀ 

ବିଘ୍ନ ବିନାୟକଙ୍କ ଜନ୍ମଦିନ ଆସିଛି 

ଗଳି ଗଳିରେ ଶ୍ରୀ ଗଣେଶଙ୍କ ମେଢ଼ ହୋଇଛି । (୧)


ଗନୁ ବାବା ଧରାପୃଷ୍ଠକୁ ବୁଲି ଆସିବେ

ଏକଥା ମୁଁ କହୁନି  

ଆମ ଗାଁ ଯାକ ସମସ୍ତେ କହୁଛନ୍ତି ।(୨)


ସାତ ଦିନ ପୂର୍ବରୁ ହେଲାଣି ଗାଁ ଟୋକା ମେଳି

ବଡ଼ ଗଣେଶ ମୂର୍ତ୍ତି ନାନା ରଙ୍ଗର ଆଣି

କପଡ଼ା ଦେଇ ମଣ୍ଡପ ସଜାଇ ଡିଜେ ବଜାଉଛନ୍ତି ।(୩)


ରାତିସାରା ଡିଜେ ଶବ୍ଦରେ ଶୋଇ ପାରୁନି ମୋ କୁନି ଭାଇ

ଧରିବାକୁ ଭାରି ଇଚ୍ଛା ତା'ର ତମକୁ କୋଳେଇ

ସେଥିପାଇଁ ବୋଧେ ଆସୁଛ ବାଳ ଗଣେଶ ରୂପ ହୋଇ ।(୪)


ତାକୁ ଭାରି ମଜା ଲାଗେ ଏମିତି 

ଟୋପି ପିନ୍ଧି ତା' କୁନି ସାଇକେଲରେ

ଘର ଅଗଣାରେ ଘିରି ଘିରି ବୁଲେ ।(୫)


ଆଜି ମୁଁ ତମକୁ ଘରକୁ ନେବି ଗନୁ ବାବା

ମୋ କୁନି ଭାଇର ସାଙ୍ଗ ହେବ

ତା'ର ସଙ୍ଗେ ଖେଳିବ ।(୬)


ଏତିକି ଗୁହାରି କରୁଛି ତୁମ ପାଖେ

ମୋ କୁନି ଭାଇକୁ ବିଦ୍ୟା ବୁଦ୍ଧି ଦେବ

ରକ୍ଷା କରିବ ଆହେ ବିଘ୍ନ ବିନାଶନ ।(୭)


ଜୟ ଗଣେଶ ଜୟ ଗଣେଶ 

ଆହେ ମୂଷିକ ବାହନ 

ଏତିକି ମାଗୁଣି ମୋର ତୁମଠାରେ ଘେନ ନିବେଦନ ।।(୮)


ଶ୍ୱେତପଦ୍ମା ପାଢ଼ୀ


Post a Comment

0 Comments