କେମିତି ପୂଜିବି ତୁମକୁ ଗଣେଶ
ତୁମ ଶୁଣ୍ଢ ଦେଖି ହସେ
କେତେ ଲଡୁ ଖାଇପେଟ ବାଢାଇଛ
ଲମ୍ବୋଦର ଫୁଟି ଦିଶେ।।
ଏକଦନ୍ତ ଧରିକେମିତି ଖାଉଛ
ମୂଷିକ ବାହାନ ଧରି
ନିଶକୁ ଫୁଲେଇ ଦେଉଛି ହଲେଇ
ବସିଅଛି ବୀର ପରି।।
ଯିବୁନାହିଁ ସ୍କୁଲ, ସାଙ୍ଗ ସାଥୀହୋଇ
ହେବନି ପୂଜା ସଉକ
କେମିତି ପୂଜିବୁ ପୁଷ୍ପାଞ୍ଜଳି ଦେବୁ,
ଶ୍ରୀଫଳ, ଲଡୁ ,ମୋଦକ।।
ବାଜା ବାଜିବନି ରୋଷଣୀ ହେବନି
ମନେ କରୁ ଆବାହନ
ଥରେ ହେଲେ ଆସ ବିଘ୍ନ ହେଉ ନାଶ
ଆହେ ପ୍ରଭୁ ଗଜାନନ।।
ପୁଷ୍ପାଞ୍ଜଳି ପଣ୍ଡା
କେନ୍ଦ୍ରାପଡା

0 Comments