ଛବି କଥା କହେ - ଦୀପ୍ତି ଦେବଦର୍ଶିନୀ ସୁତାର




ବିଘ୍ନ ବିନାଶକ ଆହେ ଗଜାନନ

ଥରୁଟିଏ ଡାକେ ମୁହିଁ

ଆସ ଆସ ପ୍ରଭୁ ମୋ ଛୋଟ ଗାଡ଼ିରେ

ଶରଧାରେ ଯିବି ନେଇ     ।।


କି ସୁନ୍ଦର ତୁମ ରୂପ ଲାବଣ୍ୟ ଯେ

ଚକିତେ ଘଡ଼ିଏ ଚାହେଁ 

ମୂଷିକ କୁ ନେଇ ସଦା ବୁଲିଥାଅ

ତୁମ ପରି କୁହ କିଏ     ।।


ବିଦ୍ୟା ଦିଅ ବୋଲି ବିଦ୍ୟାଦାତା ନାମ

ବହିଅଛ ଅଗ୍ରପୂଜ୍ୟ

ମୋ ଟିକି ମନରେ ଭରିଦିଅ ଟିକେ

ଶୁଦ୍ଧ ଚେତନା ଆଜ    ।।


ଦୂର କରିଦିଅ ଯେତେ ଅଛି ବିଘ୍ନ

ଏ ସାରା ସଂସାରେ ପୁରି

ତୁମ ଦରଶନେ ଅଜ୍ଞାନ ଅନ୍ଧାର

ଯାଉଥାଉ ଅପସରି       ।।


ଏ ଘୋର ସଂକଟୁ ଉଦ୍ଧାର କରହେ

ଡାକୁଅଛି କରଯୋଡି

ଗଣପତି ବାବା ଗଉରୀ ନନ୍ଦନ

ଦିଅ ବାରେ ଦୁଃଖ ଫେଡ଼ି      ।।





ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି,ହାଟଡିହୀ,କେନ୍ଦୁଝର -758083

Post a Comment

0 Comments