ଶେଷ ଚିଠି - ବିନତା ଜେନା



ହାତ ଥର ଥର ଉଦାସ ମନର
ଲେଖୁଛି ମୋ ଶେଷ ଚିଠି
ପଢ଼ିବ ବୋଲିତ ମନରେ ବିଶ୍ୱାସ
ଜୀଇଁ ବି ମରୁଛି ଏଠି ।
ଖୋଜିବନିଁ ମୋତେ ପାଇବନି ଯେବେ
ମନରୁ ଖୋଲିବ ନାହିଁ
ମୋଅ ରି ଭିତରେ ତୁମ ପ୍ରତିଛବି
ତୁମରି ଭିତରେ ମୁହିଁ ।
ତୁମ ବିନା ସତେ ଲାଗୁଛି ଯେମିତି
ଜୀବନ ଟା ଖାଲି ଖାଲି
ଭାବି ନ ଥିଲି ମୁଁ ଏମତି ସମୟ
ଜୀବନେ ଆସିବ ବୋଲି ।
ଭଲ ପାଇବାର ମାନେ ମୁଁ ବୁଝେନା
ବୁଝେ ନାହିଁ ପ୍ରେମ ପ୍ରୀତି
ତଥାପି କାହିଁକି ହୁଏ ଆନ ମନା
ଗାଏ ପ୍ରଣୟ ର ଗୀତି।
ଯୁଆଡ଼େ ମୁଁ ଯାଏ ତୁମକୁ ତ ଖୋଜେ
ଖୋଜେ ତୁମ ପ୍ରତିଛବି
ଗିରି କି କାନନ ସହର କି ଗାଆଁ
ସବୁଠି ତୁମର ଛବି ।
ସଞ୍ଜ କି ସକାଳ ଅବା ନିଶାର୍ଦ୍ଧରେ
ତୁମ କଥା ଭାବୁ ଥାଏ
ଆଖି ବୁଜି ଦେଲେ ସପନ ସାଥିରେ
ତୁମ ଛବି ଦିଶୁ ଥାଏ ।
ତୁମକୁ ଦେଖିଲେ ମନ ଭରି ଯାଏ
କିଛି ମୁଁ ତ ଖୋଜେ ନାହିଁ
ଜୀଇଁ ଥିବା ଯାଏ ହୃଦୟେ ରଖିବ
ଆଉ କିଛି ଲୋଡା ନାହିଁ ।

ବିନତା ଜେନା

ଉପର ବାଗୁରାଇ, ଭଦ୍ରକ 



Post a Comment

0 Comments