ଏଇ ମୁଁ ଫେରୁଛି କହି ଗଲ ତୁମେଆଉ ତ ଫେରିଲ ନାହିଁ ଏବେ ବି ବସିଛି
ପାହାଡ଼ ଏ ପାଖୁ ତୁମରି ବାଟ କୁ ଚାହିଁ
ସ୍ମୃତି କୁ ତୁମରି ସାଉଁଟି ରଖିଚି
ମନ ସିନ୍ଧୁକରେ ଭରି
ସ୍ମୃତି ତ ନୁହଇ କେବେ ଭୁଲିବାର ଭୁଲିବି ତାକୁ କିପରି?
ଭୁଲି ଗଲେ ସିନା ପୋଡ଼ା ଜୀବନରୁ ଯାଆନ୍ତି ମୁଁହି ନିସ୍ତରୀ।
ଅଭୁଲା ଅତୀତ ଜାଳି ଦିଏ ଛାତି
ଓଠ ବତୁରାଏ ଲୁହ
ପ୍ରତାରଣା ତୁମ ମନେ ପଡିଗଲେ ଛାତିରେ ଭାରଇ କୋହ।
ଜାଣେ ତୁମେ ଫେରିବନି ଗଲା
ପରେ ପରେ ତଥାପି ବସିଛି କାହିଁକି
କେଜାଣି ଖାଲି ତୁମ ଅପେକ୍ଷାରେ।।
ନାଫରିଲେ ନାହିଁ ଶେଷ କଥା ପଦେ
ଶେଷ ଚିଠିରେ ଜଣେଇ ଦିଅ
ଆଜି ସିନା ତୁମ ବାଟ ର କଣ୍ଟା ମୁଁ
ଥରେ ଫେରିଚାହ ଅତୀତ କୁ
ତୁମ ଖାଲି ମୁଁ ଆଉ ମୁଁ ହିଁ ଥିଲି ଅତି ପ୍ରିୟ ।
ଏବେ ବି ଫେରିବ ଅପେକ୍ଷା ଦୀପ କୁ ନିଜେ ହିଁ ଲିଭେଇ ଦିଅ
ତୁମେ ନୁହେଁ ମୋର ମୁଁ ନୁହେଁ
ତୁମର ଏଇ ପଦେ କଥା ଲେଖି
ସବୁ ଅପେକ୍ଷା ର ଅନ୍ତ ଘଟେଇ ଦିଅ
ଶେଷ ଚିଠି ଟିଏ ଦିଅ।।।।
ସୁକନ୍ୟା ପ୍ରିୟଦର୍ଶନୀ ସ୍ଵାଇଁ


0 Comments