ଜ୍ଞାନର ମଧୁ - ହାସ୍ୟମୟୀ ରାଜ୍


 ଜୀବନର ପଥ ସମତଳ ନୁହେଁ

ଜାଣିବି ତଥାପି ଚାଲିଛି

କଣ୍ଟାର ଆଘାତ ଯେବେ ମୁଁ ପାଇଛି

ଶିକ୍ଷା ମୋ ହାତ ଧରିଛି ।। 


ଚାରିପଟ ଗଛ ପବନ ଝରଣା

ନଦନଦୀ ଗିରି କାନନ

କହିଦିଏ ମୋର କାନରେ କାନରେ

ଏଇତ ଅଟଇ ଜୀବନ  ।।


କେତେ କାହାଠାରୁ ଶିକ୍ଷା ମୁଁ ପାଇଛି

ହିସାବ ତାହାର ରଖିନି

ଜ୍ଞାନର ମଧୁକୁ ଚାଖି ଚାଖି ଚାଲେ

ପାଦକୁ ଅବସ କରିନି  ।।


ସେ ମଧୁର ମୂଲ କଳିକି ପାରିବ

କେହି ଏଇ ଜୀବନରେ

ଦେଖାଇଛି ଯିଏ ଆଲୋକ ବର୍ତ୍ତିକା

ଚାଲିବାକୁ ଅନ୍ଧାରରେ  ।।


ଆଜିବି ଖୋଜୁଛି ସେଇ ଜ୍ଞାନ ମଧୁ

ମନ ବୁଝେନାହିଁ କେବେ

ଅସରନ୍ତି ସେଇ ଅସୀମ ଭଣ୍ଡାର 

କ୍ଷୟ ନାହିଁ ଯାର ଭବେ ।। 



ହାସ୍ୟମୟୀ ରାଜ୍

ଓରାଳି, ହାଟଡିହି, କେନ୍ଦୁଝର  ।

Post a Comment

0 Comments