ଜ୍ଞାନ ମଣିଷକୁ ଓ ମୂଲ୍ୟବୋଧକୁ
ଉଚ୍ଚ ସୋପାନକୁ ନିଏ
ଜୀବନରେ ଗତିପଥକୁ ନିଜକୁ
ସ୍ଥିତିପ୍ରଜ୍ଞ ରଖିଥାଏ ।।
ବାସ୍ତବ ଜୀବନେ ଜ୍ଞାନ ମଣିଷକୁ
ସଫଳ ପାହାଚେ ନିଏ
ଜ୍ଞାନର ମଧୁକୁ ପାନକରେ ଯିଏ
ଅଜ୍ଞାନତା ହରିଯାଏ ।।
ଯେତେକ ସମ୍ପତ୍ତି ରହିଅଛି ଭରି
ଶ୍ରେଷ୍ଟ ଯେ ଜ୍ଞାନ ସମ୍ପତ୍ତି
ତାର ସମକକ୍ଷ ନାହିଁ କେ ଜଗତେ
ଜ୍ଞାନରୁ ସବୁ ଉତ୍ପତ୍ତି ।।
ଜ୍ଞାନ ଠାରୁ ଆମ ମିଳଇ ସଂସ୍କାର
ମିଳେ ଯେ କେତେ ସମ୍ମାନ
ସମସ୍ତେ ତାଙ୍କୁ ଯେ ଆଦର କରନ୍ତି
ବଢେ ଯଶ ଆୟୁ ମାନ ।।
ଏଇ ଜ୍ଞାନବଳେ ମଣିଷ ଯେ ଯାଇ
ଚନ୍ଦ୍ର ଲୋକେ ପହଞ୍ଚିଛି
ଜ୍ଞାନର ବଳରେ ଏଇ ମଣିଷ ଯେ
ଯନ୍ତ୍ର ଉଭ୍ହାବନ କରୁଛି ।।
ଅନ୍ଧାର ପଥରୁ ଆଲୋକକୁ ନିଏ
ସାର୍ଥକ ହୁଏ ଜୀବନ
ଜ୍ଞାନ ମଧୁପିଇ ମନରେ ଉଦୟ
ଦୟା କ୍ଷମା ଗୁଣ ଭାବ ।।
ବିଜୟ କେତନ ରାଉତରାୟ
ସାନଦୋଗଡା
ଯାଜପୁର


0 Comments