ଜ୍ଞାନର ମଧୁ - ସୁରେଶ ଚନ୍ଦ୍ର ପାଢୀ

 



ଅଗାଧ ଜ୍ଞାନ ସାଗରରୁ ପାଇବି କି ଟିକିଏ ବିନ୍ଦୁ

ଜ୍ଞାନ ହିଁ ଅସୀମ ଜ୍ଞାନ ହିଁ ଅନନ୍ତ ସେ ତ ବିରାଟ ସିନ୍ଧୁ

ମଣିଷ ହୃଦୟ ରେ ଈଶ୍ୱର ଭରି ଦେଲେ ଦିବ୍ୟ ଜ୍ଞାନ

ଜ୍ଞାନ ଯେବେ ହୋଇବ ଉଦୟ ସାର୍ଥକ ହୋଇବ ଜୀବନ

ଜ୍ଞାନ ବିନା ଜୀବନର ମାନେ କିଛି ନାହିଁ

ଜ୍ଞାନ ବିନା ଜୀବନ ଅଜ୍ଞାନ ଅନ୍ଧକାରେ ରୁହଇ

ଗୁରୁ ଆମକୁ ଜ୍ଞାନର ମଧୁ ଚଖାଇ ଦେଲେ

ଗୁରୁ ହିଁ ଆମ ହାତ ଧରି ଆଗକୁ ନେଲେ

ଜ୍ଞାନ ଆସିଲେ ବିବେକ ଜାଗ୍ରତ ହେବ

ଜ୍ଞାନ ରେ ନିଜ ଆତ୍ମା କୁ ନିଜେ ଜାଣିବ

ଜ୍ଞାନ ରେ ସର୍ବତ୍ର ବ୍ରହ୍ମ ଦର୍ଶନ କରିବା

ଜ୍ଞାନ ଆସିଲେ ଆତ୍ମ ଜ୍ଞାନୀ ହୋଇବା

ଜ୍ଞାନ ମଣିଷ ଜନ୍ମେ ସୁଲଭ ହୋଇବ

ଜ୍ଞାନ ସମୁଦ୍ର ରେ ବୁଡି ଭବ ସିନ୍ଧୁ ତରିବ

ପୁସ୍ତକ ପଢି ଆମେ ଜ୍ଞାନ କୁ ପାଇବା

ଈଶ୍ୱର କୃପାରେ ଗୁରୁ ଙ୍କ ବାଣୀ ଶୁଣିବା

ଜ୍ଞାନ ମଣିଷ କୁ କାଳ ଜୟୀ କରିବ

ଜ୍ଞାନ ହିଁ ଅମୃତ ଜିଜ୍ଞାସୁ ଜ୍ଞାନ ମଧୁ ପାନ କରିବ


ବୁଗୁଡ଼ା,ଗଞ୍ଜାମ

Post a Comment

0 Comments