ଜ୍ଞାନର ମଧୁ - ସାବିତ୍ରୀ ଭୋଇ

 


ସୁଧା ଠାରୁ ସିଏ ଆହୁରି ପବିତ୍ର

ଜୀବନର ଆଶା ବାଡି,

ଥରୁଟେ ତାହାର ପ୍ରୟୋଜନ ବୁଝିଗଲେ

ହୁଏନି ଜମା ଛାଡି।

ମନୀଷା ଆମ ହୁଏ ଉଚ୍ଚକୋଟିର

ବ୍ରାହ୍ମୀ ହୁଅନ୍ତି ସହାୟ,

ସକଳ ମାର୍ଗର ଚାବିକାଠି ସିଏ

ତାକୁ ନକରିବା ହେୟ।

ବିବୁଧ ଆମର ସୁଖ୍ୟାତି ବି ସିଏ

ସିଏ ସଫଳତାର ସରଣୀ,

ଉଲ୍ଲାସ ସେ ଆମ ଜ୍ଞାନର ସାଗର

ତା ପାଖେ ଆମେ ଚିର ରୁଣି।

ଅଜ୍ଞାନୀ ପାଇଁ ଜ୍ଞାନ ସେ ଅଟଇ

ଅନ୍ଧ ପାଇଁ ଆଶା ବାଡି ପରି,

ଜ୍ଞାନ ମଧୁରତା ସତେ ଭାରି ମଧୁର

କେହି ନାହିଁ ଉତ୍ତମ ବନ୍ଧୁ ତା ପରି।



 ସାବିତ୍ରୀ ଭୋଇ

                                                                  ପୁରୀ,ବୀରହରେକୃଷ୍ଣପୁର

Post a Comment

0 Comments