ଦୁନିଅାରେ ବଞ୍ଚିବାକୁ ହେଲେ ସମସ୍ତଙ୍କ ପାଖରେ ସମୟ ଥିବା ଅାବଶ୍ୟକ । ହେଲେ ସମୟକୁ ନେଇ କିଏ କେଉଁଭଳି ବ୍ୟବହାର କରିବ ତାକୁ ନେଇ ପ୍ରଶ୍ନ । ଠିକ୍ ସେମିତି ଅସୀମା ଓ ମୋ ଭିତରେ ଥିଲା । ସମୟକୁ ନେଇ ଅାମେ ଅନେକ ଥର ଅତିବାହତି କରିଛୁ । ପାଖରେ ବସିବା ହେଉ ବା ସ୍କୁଲ କଲେଜରେ । ହେଲେ ଏବେ ଅସୀମା ପାଖରେ ସମୟର ଅଭାବ । ବହୁତ ଦିନ ପରେ ଦେଖି ନଥିବା ମଣିଷକୁ କେମିତି ବ ଅପେକ୍ଷା କରିବନି । ସବୁ ତ ସେ ସମୟର ଖେଳ । ଦୁଇ ଦିନ ନୁହେଁ ସମୟକୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ । ଅସୀମାକୁ ଅପେକ୍ଷା କରିଛି ଅାଉ ବଞ୍ଚିଥିବା ଯାଏ କରିବି । କାହିଁକି ନାଁ ଅସୀମାର ଅସମାହିତ ପ୍ରଶ୍ନ ହେଉ ବା ରାଗରେ କଣ ଦି ପଦ କଥା ହେଉ ସବୁବେଳ ମୋତେ ସେ ତା ପ୍ରେମରେ ବାନ୍ଧିରଖେ ।
ଅନେକ ଦିନ ପରେ ପୁଣି ସେ ସମୟ ଅାସିଛି । ଅାଉ ଅସୀମା ସାଙ୍ଗରେ ଅସିଲା ବେଳେ ତା ଝିଅକୁ ଧରିକି ଅାସିଛି । ହଠାତ୍ ଅାଖିକୁ ଅାଖିରେ ମିଶେଇ ଘଟି ଯାଇଥିବା ପୁରୁଣା ସମୟକୁ ଫେରିଗଲୁ । ଟିକେ ପରେ ମୋ ମନରେ କ୍ରୋଧ ଅାସିଗଲା । ହେଲେ କଣ କରି ସବୁ ତ ସମୟର ଖେଳ । ଅସୀମାର ଝିଅକୁ ପାଖକୁ ଡାକି ଦୁଇ ତିନୋଟି କ୍ୟାଡବେରୀ ଧରେଇ ଦେଇ କହିଲି ତୋ ମାମାକୁ ସେଥିରୁ ଗୋଟେ ସେୟାର କରିବୁ । ଅସୀମାର ଝିଅ ବି ମୋ ପାଖ ଛାଡୁ ନ ଥାଏ । ଅଙ୍କଲ ଅଙ୍କଲ କହି କେତେ କଥା ଗପିଗଲା । ଅାଉ ମୁଁ ତା ଝିଅକୁ ହସି ହସି କହିଲି ତୋ ମାମା ଭଳି ଗପୁଡି କେବେଠୁ ହେଲୁଣି । ଭଙ୍ଗା ଦାନ୍ତ ଦିଟାକୁ ଦେଖେଇ କହିଲା ଯେବେଠୁ ମାମାକୁ ମ୍ୟାରେଜ ପାଇଁ ସମୟ ଦେଇଥିଲ । ସେଠାରୁ ମା ଝିଅ ବାଏ ବାଏ କହି ଚାଲିଗଲେ ।
ସବୁ ସେ ସମୟର ଖେଳ, ବସଷ୍ଟପ ଭଳି କିଏ କେତେବେଳ ଅାସିବ ପୁଣି କେତେବେଳ ଯିବ ତାର ଚିଠା ହାତଗଣତି ହୋଇରହିଛି ।
ଗୋପାଳ କ୍ରିଷ୍ଣା ରାଉଳ
ବିଜୟନଗର, ଗଣିଅା, ନୟାଗଡ଼


0 Comments