ସମରେଶ କିନ୍ତୁ ଆସି ଲକ୍ଷ କରୁଥିଲା ବାଘର ଗତିବିଧି ଉପରେ। ପଛରୁ ଏକ ବିରାଟ ଡ଼ାଳ ଆଣି ବାଘକୁ ପିଟି ଚାଲିଲା।ବାଘ ମୁର୍ଚ୍ଛା ହୋଇ ପଡ଼ିଗଲା ତଳେ।ନିରିହ ସତ ର ଜୀବନ ସିନା ବଞ୍ଚିଗଲା, ହେଲେ ବାଘ ମୃତ୍ୟୁ କେଶ୍ ରେ ଆଜୀବନ ଜେଲ୍ ହୋଇଗଲା ସମରେଶ କୁ।ଆଉ ଏହାର ପର୍ଦ୍ଦାଫାଶ କଲା ସେହି ସିସି କ୍ୟାମେରା। ସେହି ବାଘ ଆଉ କେହି ନଥିଲା,ସେ ଥିଲା ସମରେଶ ର ବଡ ଭାଇ ସନ୍ତୋଷ । କାମୁକତାର ବଶବର୍ତ୍ତୀ ହୋଇ ସେ ଏଭଳି ଏକ କାଣ୍ଡ ଭିଆଇ ଦେଲା।
ଚାରିଆଡ଼େ ପ୍ରଶଂସା ର ସୁଅ ଛୁଟୁଥିଲା ସମରେଶ ଙ୍କ ବୀରତ୍ୱ ଉପରେ, ହେଲେ ସମୟ ଯେ କ'ଣ କରିଦେଲା ତାହାକୁ ଚିନ୍ତା କରୁଥିଲେ ସମରେଶ। ନିଜ ଭାଇକୁ ଏହି ହାତରେ ନିଜେ ମାରିଦେଲେ।ସେ ଗୋଟିଏ ପାପୀ।ସେ ଗୋଟିଏ ଭାତୃହନ୍ତା।
##################
ଆଜି ତାଙ୍କ ଜେଲ୍ ଜୀବନର ଶେଷ ଦିନ।ସମସ୍ତେ ପାଛୋଟି ନେବାକୁ ଆସିଛନ୍ତି।ଅନତି ଦୂରରେ ଠିଆ ହୋଇଥିଲେ ସତ।ଆଖିରୁ ଝରି ପଡୁଥିଲା ସମବେଦନା ର ଅଶ୍ରୁ। କାହାକୁ କିଛି ନକହି ଧିର ମନ୍ଥର ଗତିରେ ପାଖକୁ ଗଲେ ସମରେଶ। ହାତରେ ଥିଲା ନାଲି ସିନ୍ଦୂର। ଅପେକ୍ଷା ବେଶ୍ ଚମତ୍କାର ଥିଲା ତାଙ୍କୁ ନିଜର କରିବା ପାଇଁ ଆଉ ହସୁଥିଲା ଏଇ ମିଛ ଦୁନିଆଁ ର ସତ ସମୟ।
ଧର୍ମଶାଳା। ଯାଜପୁର।


0 Comments