ହଁ ସେବେ ବି ଏ ସମୟ ସମାନ ଥିଲା ହେଲେ ଏ ସମାଜ ସମାନ ନ ଥିଲା.....ଗୋଟିଏ ଛୋଟିଆ ପରିବାର, ବପା, ମାଆ. ଆଉ ପୁଅ ଟିଏ, ବାପା ହେଉଛନ୍ତି ଦିନ ମଜୁରିଆ ଖଟିଲେ ଖାଆନ୍ତି, ନ ଖଟିଲେ ଚୂଲିକୁ ଜାଳ ମଧ୍ୟ ଯାଏନି, ଜାହାବି ହଉ ବହୁତ ଖୁସିରେ ପରିବାରଟି ଚାଲୁଥାଏ, ପୁଅ ଦଶମ ଶ୍ରେଣୀରେ ଉଚ୍ଚ ନମ୍ବର ରେ ପାସ କରିଲା ପରେ, ବାପା ପ୍ରଫୁଲ୍ଲିତ ମନରେ ମନସ୍ତ କଲେ ମୋ ପୁଅକୁ ମୁଁ ହାକିମ ଟିଏ କରିବି, କିନ୍ତୁ ପାଖରେ କୌଣସି ଚାରା ନାହିଁ, ପଡିସା ଘର ରାମ ବାବୁଙ୍କ ପୁଅ ଭୁବନେଶ୍ୱର ରେ engineering କରୁଥାଏ, ବାପା ରାମ ବାବୁଙ୍କ ସାଙ୍ଗରେ କଥା ହେଇ ପୁଅକୁ ଭୁବନେଶ୍ୱର ପଠେଇଲେ , ବହୁତ କଷ୍ଟ ହେଲେବି ମଧ୍ୟ ପୁଅ ଯେତେବେଳେ ଯେତିକି ଟଙ୍କା ମାଗେ ବାପା ଯୋଗାଡ କରିକି ଦିଅନ୍ତି , ଏମିତି କିଛି ଦିନ ପରେ ପୁଅ ର ଚାକିରି ହେଇଯାଇଛି ବୋଲି ବାପାକୁ ପୁଅ ଚିଠି ଲେଖିଲା, ବାପା ମନରେ ଖୁସିର ଲହରୀ ଖେଳି ଉଠୁଥାଏ.ଚିଠିର ଶେଷରେ ଲେଖାହୋଇଥାଏ, ବାପା ଏଇ ମାସ ଶେଷରେ ମୁଁ ଘରକୁ ଯାଉଛି ଗୋଟେ ମାସ ଘରେ ରହିକି ଆସିବି, ବାପା ମନ ଆହୁରି ଖୁସିରେ ଫାଟି ପଡୁଥାଏ. ବାପା ଦିନ ଗଣୁଥାଏ ମାସ କେବେ ପୁରିବ. ଠିକ ମାସ ଶେଷ ଦିନ ପୁଅ ଆସି ପହଂଚି ଗଲା କିନ୍ତୁ ସାଙ୍ଗରେ ଗୋଟିଏ ରଙ୍ଗୀନ ଶାଢ଼ୀ ଆଉ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧିଥିବା ସ୍ତ୍ରୀ ଲୋକକୁ ଆଣିଥିଲା. ବାପା କିଛି କହିବା ପୂର୍ବରୁ ପୁଅ କହୁଥାଏ ବାପା ଇଏ ଆପଣଙ୍କ ବୋହୁ, ବାପାର ଅନ୍ତରର ଖୁସିର ଆବେଗ ସବୁ ଭାଙ୍ଗି ଚୁନା ହେଇଗଲା, ରାଗରେ ବାପା କହୁଥାଏ ହଇରେ କୁଳାଙ୍ଗାର ତୋର କଣ ମୁରବି କେହି ନାହାନ୍ତି. ସେଇଠୁ ପୁଅର ମାଆ ଟି କହୁଥାଏ ଛାଡ ନା ତମର ବି..... ଜାହା ତ ହେଇଗଲାଣି ତ ଆମେ କଣ ୟା ଠୁ ବେସି ସୁନ୍ଦର ଝିଅ ଟିଏ ଖୋଜି ଆଣିପାରିଥାନ୍ତେ. ସବୁ ପରେ ବି ସେ ଆମ ପୁଅ, ରାଗ ସାନ୍ତ କରି ପୁଅ ବୋହୂକୁ ପ୍ରଶୟ ଦିଅ.... ସମସ୍ତେ ଖାଇ ସାରି ରାତିରେ ଶୋଇବାକୁ ଗଲେ, ପୁଅ ବୋହୁ ଘର ଭିତରେ ନିଘୋଡ଼ ନିଦରେ ସୋଇଥାନ୍ତି କିନ୍ତୁ ଘରର ବାରଣ୍ଡା ରେ ବାପା ମାଆ ଦୁଇଜଣଙ୍କ ଆଖିରୁ ଅନାବିଳ ଅଶ୍ରୁ ବାପା... ମାଆ କୁ କହୁଥାଏ ଆମ ଅସୁମାରୀ ସ୍ବପ୍ନ ଆଜି ପାଣିର ଫୋଟକା ରେ ପରିଣତ ହେଇଗଲା, ରାତି ପାହିଗଲା ସକାଳ ନଅ ଟା ବାଜିଲାଣି ବୋହୁ ଉଠି କର୍କଶ ସ୍ୱରରେ କହେ ଚାହା କାହିଁ. ମାଆ ତାର ତର ତର ହୋଇ ଯାଇ କହେ ଆରେ ମା ଦିନ ଆସି ଘଡ଼ିଏ ହେଲାଣି ଯାଉନୁ ଗାଧେଇ ଆସି କଅଣ ଦୁଇଟା ଖାଇଦେବୁ. କିନ୍ତୁ ବୋହୁ କଡ କଡ ହୋଇ ଟିଂ ଟିଂ ହେଇ ଗାଧେଇବାକୁ ଚାଲିଗଲା. ମାଆ ପୁଅକୁ କହେ ତୁ ଏ କଣ କଲୁ ରେ ଧନ. ପରେ କିଛି ଦିନପରେ ପୁଅ ବୋହୁ ପୁଣି ଭୁବନେଶ୍ୱର ଚାଲିଗଲେ. ଗଲା ବେଳେ ପୁଅ ବାପାକୁ କହିଲା ବପା ନିଅ ଟଙ୍କା 5000ରଖ ଭଲ ମନ୍ଦ ଖାଇବ ଆଉ ଖୁସିରେ ରହିବ. ବପା ଉତ୍ତର ଦେଲା. ଆରେ ମୂର୍ଖ ଖୁସି କଣ ତୁ ଜାଣିଛୁ?? ଶୁଣ ଚକ ଚକ ଖରା ରେ ଗମ ଗମ ଝାଳ ବୋହୁଥିବା ସମୟରେ ଗୋଟିଏ ବାଟୋଇର 'ବୁଢ଼ା ବରଗଛର ଛାଇ ଟିକକ ହେଉଛି ଆତ୍ମତୃପ୍ତି ଖୁସି '. ପେଟ ପୁରାଥିଲେ ମାଂସ ଭାତ ଅପେକ୍ଷା 'ଭୋକିଲା ବେଳେ ଶାଗ ପଖାଳ ଗଣ୍ଡିକ ହେଉଛି ଆତ୍ମତୃପ୍ତି ଖୁସି '. ବୟସର ଅନ୍ତ ସମୟରେ ପୁଅ ବୋହୂ ପାଖରେ ରହିକି 'ସେବା ଟିକକ ହେଉଛି ଆତ୍ମତୃପ୍ତି ଖୁସି'. କିନ୍ତୁ ପୁଅ ଶେଷରେ ଭୁବନେଶ୍ୱର ଚାଲିଗଲା. କିଛିଦିନ ବିତିଗଲା ବାପା ଆଉ ମାଆ ଦୁହେଁଯାକ ଚିନ୍ତାରେ ରୋଗାକ୍ରାନ୍ତ ହୋଇଗଲେ, ହଟାତ ଦିନେ ମାଆ ର ଦେହ ବହୁତ ଅସୁସ୍ଥ ହେଇଗଲା କିନ୍ତୁ ବାପା ପୁଅକୁ କିଛି ଜଣେଇଲା ନାହିଁ. ଧୀରେ ଧୀରେ ମାଆ ର ଦେହ ଅଧିକ ରୁ ଅଧିକ ଅସୁସ୍ଥ ହେଇ ମାଆ ଟି ଆଖି ବୁଜିଦେଲା... ତଥାପି ମଧ୍ୟ ବାପା ପୁଅକୁ କିଛି ବି ଜଣାଉ ନ ଥାଏ. କିନ୍ତୁ ପଡିସା ଘର ରାମ ବାବୁ ବୁଢାର ପୁଅକୁ ଚିଠି ଲେଖିଲେ ବାବାରେ ତୋ ମାଆ ର ଦେହ ବହୁତ ଅସୁସ୍ଥ ଅଛି ତେଣୁ ଯଥା ସମ୍ଭବ ଆସି ଘରେ ପହଂଚ. ପୁଅ ରାମ ବାବୁଙ୍କ ଚିଠି ପାଇବା ମାତ୍ରେ ତୁରନ୍ତ ଘରକୁ ଆସିଗଲା କିନ୍ତୁ ଆସିବା ପରେ ସେ ସମସ୍ତଙ୍କୁ ପାଇଲା କିନ୍ତୁ ତାର ଜନ୍ମ ଦାତ୍ରୀ ମାଆ କୁ ପାଇଲାନି ବହୁତ ଦୁଃଖ ପ୍ରକାଶ କରି ଦୁଇଦିନ ପରେ ବାପା କୁ ପୁଅ କହୁଛି ବାପା ଆମେ ମାଆ ର ଦଶାହ କ୍ରିୟା ଏବଂ ଏକାଦଶ କ୍ରିୟାରେ ପାଞ୍ଚ ହଜାର ଲୋକଙ୍କୁ ଭୋଜନ ପାଇଁ ଆମନ୍ତ୍ରିତ କରିବା. ବାପା ତୁରନ୍ତ କାନ୍ଦି କାନ୍ଦି ଉତ୍ତର ଦେଲେ କହିଲେ ବାବୁରେ ତୋ ମାଆ ର ଆଖିରେ ଅନାବିଳ ଆଶା ଅସରନ୍ତି ସ୍ବପ୍ନ କେତେ କଅଣ ଥିଲା କିନ୍ତୁ ସିଏ କଣ ପାଇଲା. ଶୁଣରେ ଗୋଟେ ମଣିଷକୁ ବଞ୍ଚିଥିଲା ବେଳେ ଜାହା ଦିଆଯିବ ସେ ପାଇବ କିନ୍ତୁ ମଣିଷ ମରିଗଲା ପରେ ଲକ୍ଷେ ଲୋକଙ୍କୁ ଭୋଜନ ଦେଲେ ସବୁ ମୂଲ୍ୟହୀନ..
ହେ ଯୁବ ପିଢ଼ି ର ଅତ୍ୟାଧୁନିକ ମଣିଷ ମାନେ ନିଜର ଜନ୍ମଦାତା ଜନ୍ମଦାତ୍ରୀ ଜ୍ୱଳନ୍ତ ଭଗବାନ ଙ୍କୁ ଉପଯୁକ୍ତ ଭକ୍ତି, ସଂମ୍ମାନ ଏବଂ ଭଲପାଇବା ଦେବା ସହିତ ଜାହା ଦେବାର ଅଛି ବଂଚିଥିବା ଅବସ୍ଥା ରେ ଦିଅନ୍ତୁ ଦେହ ତ୍ୟାଗପରେ ଲକ୍ଷେ ଦେଲେ ବି ସବୁ ମୂଲ୍ୟହୀନ.ହଁ ସମୟ ସବୁକିଛି ବଦଳେଇ ଦେଇ ପାରେ ହେଲେ ପ୍ରକୃତ ଠାକୁର ଆପଣଙ୍କ ବାପା ମାଆ ଙ୍କୁ କେବେ ବି ବଦଳେଇ ପାରିବ ନାହିଁ
ଶାନ୍ତନୁ କୁମାର ରାଉତ
ନୂଆସାହି (ପାଟରଙ୍ଗା)
9861756198


0 Comments