ସମୟ ର ତାଡ଼ନା ରେ ମଣିଷ ସ୍ୱାର୍ଥପର ପାଲଟି ଯାଏ, ଅବିବେକି ଏବଂ ହିଂସ୍ର ହୋଇଯାଏ। ଅହମିକା ର ବଶବର୍ତ୍ତୀ ହୋଇ ସ୍ନେହ ପ୍ରେମ ଭରା ଭାଈ ଭଉଣୀ ର ସଂପର୍କ କୁ ବି ପାଦରେ ଆଡ଼େଇବା ପାଇଁ ତିଳେ ମାତ୍ର କୁଣ୍ଠିତ ଅନୁଭବ କରେନାହିଁ। ସେଦିନ ଫଗୁଣ ର ଫଗୁରେ ସମସ୍ତେ ଫଗୁ ବୋଳାବୋଳି ହେଉଥାନ୍ତି, କେତେ ଖୁସି ମଜା କରୁଥାନ୍ତି। ସାନ ଭଉଣୀ ବିନି ର ମଧ୍ୟ ଜନ୍ମଦିନ ଥାଏ,ଭାଇକୁ ଖୁସିରେ ରଙ୍ଗ ନେଇ ବୋଳି ଦେଉଥାଏ ଓ ଖୁସିରେ ନାଚୁଥାଏ। ଏହି ସମୟରେ ବିନୋଦ ର ଫୋନ୍ କୁ କଲ୍ ଆସିଲା। ଵିନି କିଛି ନ ବିଚାରି କିଏ କହୁଛନ୍ତି ବୋଲି ପଚାରିବାରୁ ବିନୋଦ ହଠାତ୍ ରାଗିଯାଇ ବିନିର ଗାଲରେ ଶକ୍ତ ଚାପୁଡ଼ା ଟାଏ ମାରି କହିଲା ତୁ କିଏ ମୋ ଫୋନ୍ ଉଠାଇବାକୁ? ବିନିର ସେହି ନାଲି ଗୁଲୁଗୁଲିଆ ମୁହଁରେ ଖୁସିର ମୁକ୍ତା ଗୋଡ଼ିକ ସତେ ଯେମିତ ଉଭାନ୍ ହୋଇଗଲା। ଅଦିନ ବର୍ଷାର ନୁଖୁରା ପତ୍ରର ବର୍ଷା ଟୋପା ପଡ଼ିଲା ପରି ବିନିର ଆଖିରୁ ଲୁହ ବୁନ୍ଦା ଗୁଡ଼ିକ ଥପ୍ ଥପ୍ ପଡ଼ି ତକିଆ ଭିଜିଯାଉଥାଏ। ମନେ ମନେ ବାର ବାର ପ୍ରଶ୍ନ କରୁଥାଏ କଣ ଏମିତି କରିଦେଲି ଯେ ଭାଇ ଏତେ ଜୋର୍ ରେ ଜନ୍ମ ଦିନ ଭଳି ଦିନରେ ମୋତେ କନ୍ଦାଇବାକୁ ପଛେଇଲା ନାହିଁ। ଭୁଲ୍ କାହାର ଥିଲା ସମୟର ନା ବିନିର?ଏମିତି ନିଜକୁ ପ୍ରଶ୍ନ କରୁଥାଏ ବିନି। ସେହିଦିନଠାରୁ ବିଁନି ଖୁସି ମଜା ହେବା ଦୂରର କଥା କେହି କାହା ସହ ବି କଥାବାର୍ତ୍ତା କରନ୍ତି ନାହିଁ। ଏମିତି କିଛି ଦିନ ଚାଲିଗଲା ।ବିନୋଦ ର ଗାଡ଼ି ଦୁର୍ଘଟଣାରେ ଗୋଟିଏ ଆଖି ନଷ୍ଟ ହୋଇଗଲା । ସମସ୍ତେ ଡାକ୍ତର ଖାନା କୁ ଆସିଲେ କିନ୍ତୁ ଯେଉଁ ପ୍ରେମିକା କଲ୍ ପାଇଁ ସେଦିନ ବିନୋଦ ବିନି ଜନ୍ମ ଦିନରେ ମାରିଥିଲା ସେ ଆସିଲା ନାହିଁ । ବିନୋଦ ର ଆଖି ନଷ୍ଟ ହୋଇଯିବା କଥା ଶୁଣି ବାହା ହେବା ପାଇଁ ସିଧା ସିଧା ମନା କରିଦେଲା ଏବଂ ଵିନୋଦ କୁ ସବୁ ଦିନ ପାଇଁ ଫୋନ୍ କରିବାକୁ ମାନକରିଦେଲା ।ଭାଇ ର ଆଖି ନଷ୍ଟ ହେବା କଥା ଶୁଣି ବିନି ଡାକ୍ତର ଖାନା ଦୌଡ଼ିଗଲା ଏବଂ ତାର ଗୋଟିଏ ଆଖି ଭାଇକୁ ଦେବା ପାଇଁ ଡାକ୍ତରଙ୍କ ସହ କଥା ହେଉଥିବା ସମୟରେ ବିନୋଦ ଶୁଣିଲା । ଏବଂ ନିଜକୁ ଧିକ୍ କାର କଲା ଅନନୁତପ୍ତ ହେଲା ଯେଉଁ ପ୍ରେମିକା ପାଇଁ ଭଉଣୀ କୁ ତାର ଜନ୍ମ ଦିନରେ ମାଡ଼ ମାରିଥିଲା ସେ ପ୍ରେମିକା ହାତ ଛାଡ଼ି ଗଲା ଓ ଭଉଣୀ ଆଖିରେ ପୁଣି ଥରେ ଦୁନିଆ ଦେଖିଲା।
ରଞ୍ଜିତା ମହାନ୍ତି , ସୋର, ବାଲେଶ୍ବର


0 Comments