ସମୟ - ସୁଜାତା ପତି


 


ସମୟ କାହାକୁ ଅପେକ୍ଷା କରେ ନାହିଁ। ଦ୍ରୁତ ଗତିରେ ଚାଲେ ସମୟ...  ସମୟ କାହାର ଅନୁବର୍ତ୍ତୀ ନୁହେଁ.... ଜୀବନ ର ସଫଳତା ପାଇବାକୁ ହେଲେ ସମୟ ର ଅନୁବର୍ତ୍ତୀ ହେବାକୁ ପଡିବ..ଆଉ ପରିଶ୍ରମ କରିବ..

 ଆଉ ଯିଏ ସମୟ ଅନୁସାରେ ପରିଶ୍ରମ ନ କରି ଅଳସୁଆ ହୁଏ ତାର ଭବିଷ୍ଯତ ଅନ୍ଧକାର ହୁଏ..ଠିକ୍ ଯେମିତି ମଦନ ର ଜୀବନରେ ଘଟିଥିଲା..


ମଦନ ଓ ମୋହନ ଦୁଇ ସାଂଗ।ମଦନ ସ୍ବଛଳ ପରିବାର ର ଏବଂ ମୋହନ ନିମ୍ନ ମଧ୍ଯବିତ୍ତ ଘର ର ପିଲା।ଦୁହେଁ ଭଲ ପାଠ ପଢୁଥିଲେ।ମଦନର ଆର୍ଥିକ ସ୍ଥିତି  ଭଲ ଥିବାରୁ ପାଠ ପଢାରେ ସବୁ ସୁବିଧା ପାଇ ପାରୁଥିଲା।କିନ୍ତୁ ମୋହନ ବହୁତ କଷ୍ଟରେ ପାଠ ପଢୁଥିଲା..ଅର୍ଥର ଅଭାବ  ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଥିଲା। ସେ ବଡ଼ ଥିଲା..ମା ବାପା, ଦୁଇ ସାନ ଭଉଣୀ,ଜେଜେ ବାପା,ଜେଜେ ମା ଙ୍କୁ ନେଇ ତାର ପରିବାର..ଯେଉଁ ପାଠ ସିଏ ବୁଝିପାରୁ ନଥିଲା ...ତାହା ଅବୁଝା ହୋଇ ରହିଯାଉ ଥିଲା..ଟିଉସନ୍ ପାଇଁ ଟଂକା ନ ଥିଲା...କଠିନ ପରିଶ୍ରମ କରୁଥିଲା..ଦୃଢ ଇଛା ଶକ୍ତି ଥିଲା..ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେଲା...କଲେଜରେ ବିଜ୍ଞାନ ର ଛାତ୍ର ହେବାକୁ ଇଛା ଥିଲେବି ଅର୍ଥାଭାବରୁ କଳା ର ଛାତ୍ର ହେଲା..ମନରେ ତାର ଅନେକ ସ୍ବପ୍ନ ..ଭଲ ଚାକିରୀ ଟିଏ କଲେ ଘର ର ଅବସ୍ଥା ବଦଳିବ..ସାନ ଭଉଣୀ ଙ୍କୁ ପାଠ ପଢାଇବି..ମନର ଦୃଢ ଇଛା ଶକ୍ତି ଓ ସମୟର ସଦୁପଯୋଗ ଦ୍ବାରା ଓଏସ୍ ପାଇଲା।


ମଦନ ଭଲ ପଢୁଥିଲା।ସେ ବିଜ୍ଞାନ ର ଛାତ୍ର ହେଲା..ନିଜର ଓ ମା ବାପାଙ୍କର ଇଛା ଥିଲା ଡାକ୍ତର ହେବ...ତେଣୁ ସେ ମେଡିକାଲ୍ କୋଚିଂ ନେଲା..ତା ମନରେ ଅହଂକାର ଥାଏ ..ସେ ବହୁତ ଭଲ ପାଠ ପଢୁଛି..ତେଣୁ ତା'ପାଇଁ ସବୁ ସମ୍ଭବ..ପଇସା ବାଲା ଘର ର ପିଲା ଥିଲା.. ତେଣୁ ସେ ସାଂଗ ମାନଙ୍କ ସହିତ ସିନେମା ଯିବା,ପିକ୍ ନିକ୍ ଯିବା, ହୋଟେଲ୍ ରେ  ସାଂଗ ମାନଙ୍କୁ ଖୁଆଇବା..ସବୁ ମସ୍ତି ସେ କରୁଥିଲା..ଚାଟୁକାର ସାଂଗମାନେ କହୁଥିଲେ ...ତୋର ପରିଶ୍ରମ କଣ ଦରକାର..ତୋ ପାଇଁ ସବୁ ସମ୍ଭବ..ସେମାନଙ୍କ ପ୍ରଶଂସା ଶୁଣି ସେ ଆତ୍ମ ଗର୍ବରେ ଫାଟି ପଡୁଥିଲା...ପରିଶ୍ରମ ନ କରି ସାଂଗ ମାନଙ୍କ ସହିତ ସମୟ କାଟୁଥିଲା.. ସମୟ କ୍ରମେ ବର୍ଷ ବର୍ଷ ବିତିଗଲା..କିନ୍ତୂ ସେ ମେଡିକାଲ୍ ପାଇଲାନି।ସବୁ ସାଂଗମାନେ ନିଜ ନିଜର ଯୋଗ୍ଯତା ଅନୁସାରେ ଚାକିରୀ ପାଇଗଲେ.. ମଦନର ମା ବାପାଙ୍କର ଚିନ୍ତା ବଢିଗଲା.. ଯେଉଁ ସାଂଗ ମାନଙ୍କ ସହିତ ସମୟ କାଟୁଥିଲା.. ସେମାନେ ତାକୁ ସମୟ ଦେଲେନି..ନିଜକୁ ଏକୁଟିଆ ଅନୁଭବ କଲା..ଆତ୍ମ ବିଶ୍ବାସ ହରାଇ ବସିଲା..ଅନ୍ଯ ଚାକିରୀ ପାଇଁ ଚେଷ୍ଟା କଲା..କୃତକାର୍ଯ୍ଯ ହେଲାନି.. ମଦନ ର ଏ ଅବସ୍ଥା ପାଇଁ ସେ ନିଜେ ଦାୟୀ.. ଯେତେବେଳେ ପରିଶ୍ରମ କରିବା କଥା .. ସେ କରୁ ନଥିଲା..ଭଲ ଛାତ୍ର ଥିଲେ ବି

ସମୟ ର ଦୁରୁପଯୋଗ କରି କୃତକାର୍ଯ୍ୟ ହୋଇ ପାରିଲାନି।ସାରା ଜୀଵନ ଅନୁତାପ କଲା.. ତେଣୁ ସମୟ ସବୁଠାରୁ ବଳବାନ... 


  ସୁଜାତା ପତି,ଭୁବନେଶ୍ବର

Post a Comment

0 Comments