ଘରେ ଥିଲି ଗୋଟେ ଅଲିଅଳି ଝିଅ
ଜାଣି ନ ଥିଲି ତ ଦୁଃଖ
ଆଜି ମୋ ମୁଣ୍ଡରେ ପାହାଡ ଖସିଲା
ଚାଲିଗଲା ସବୁ ସୁଖ।
ଅକାଳରେ ଏକ ଦୁର୍ଘଟଣାରେ
ଚାଲିଗଲେ ମାତାପିତା
କି ଅବା ବୟସ ଏତେ ଦୁଃଖ ଦେଲୁ
ଧନ୍ଯ ତୁ ଭାଗ୍ଯ ବିଧାତା....
ମୋର ମୋର ବୋଲି ଯାହାକୁ ଭାବନ୍ତି
କେବେ ହୁଏନା ନିଜର
ନିଜ ସ୍ବାର୍ଥ ସବୁ ସରିଗଲା ପରେ
ହୁଅନ୍ତି ସେ ସାତ ପର...
ମାଆ ଥିଲେ ମୋର ଦୁଃଖ ବୁଝିଥାନ୍ତା
ଆଜି ସେ ଆର ପାରି ରେ
ପାଦେ ଯୋତା ନାହିଁ କଣ୍ଟା ଫୁଟିଯାଏ
ଜୀବିକା ଧରି ସାଥିରେ।
କୁନି ପିଲାଙ୍କର ଖେଳନା ବିକୁଛି
ଯାଉଛି ପାଖ ଗାଆଁ କୁ
ବେଳ ଥାଉ ଥାଉ ଫେରି ମୁଁ ଆସିବି
ମୋର ଭଙ୍ଗା କୁଡିଆ କୁ ।
କେମିତି ରହିବି କେମିତି ବଞ୍ଚିବି
କିଛି ପାଉ ନାହିଁ ରାହା
ତୁମକୁ ଡାକୁଛି ଆହେ ମହାପ୍ରଭୁ
ତୁମେ ଏକା ମୋର ସାହା...
ସୁଜାତା ପତି,ଭୁବନେଶ୍ବର


0 Comments