ମାଟିର ପିଲା ମୁଁ ମାଟିରେ ବଢ଼ିଛି
ଆସୁ ପଛେ ଯେତେ ଦୁଃଖ।
କାତର ନହୋଇ ସାମନା କରିବି
ନିଶ୍ଚିତ ଆସିବ ସୁଖ।
ସହ୍ୟ କରିବାକୁ ଧୈର୍ଯ୍ୟ ଦିଅ ପ୍ରଭୁ
ବୋହି ପାରୁନାହିଁ ଵୋଝ।
ଏ ଗଳି ସେ ଗଳି ଜୀବନ ମୋହର
ଜୀବନ ହେଲାଣି ତେଜ୍ୟ।
ଶିଶୁ ଶ୍ରମିକ ମୁଁ ଛୋଟ ଛୋଟ ହାତେ
କରୁଛି ନିଜର କର୍ମ।
ଆଗରେ ଭବିଷ୍ୟ ଅଟହାସ୍ୟ କରେ
ଏହା କ'ଣ ମୋର ଧର୍ମ।
ତଥାପି ଗାଉଛି ଜୀବନର ବେଦ
ଦେଖ ଆହେ ସରକାର।
ଖେଳିବା ସମୟେ ପରିବାର ବୋଝ
ବୋହୁଛି ମୁଁ ନିରନ୍ତର।
ଆଗରେ ଏ ଲମ୍ବା ରାସ୍ତା ପଡିଅଛି
କେବେ ହେବ ତା'ର ଶେଷ।
ଜୀବନ ମାଗୁଛି ଜବାବ ମୋତେ ରେ
ସଵୁ ଲାଗିଲାଣି ବିଷ।
ପେଟର ଜ୍ୱାଳାରେ ଆଉଟୁ ପାଉଟୁ
ମାଗୁଛି ଆଜି ମୁଁ ଭିକ।
ଲମ୍ବା ରାସ୍ତା ମୋତେ ଅତିକ୍ରମ କରି
ଭୁଲି ଯିବି ସବୁ ଶୋକ।
ଧର୍ମଶାଳା। ଯାଜପୁର।


0 Comments