ଶୂନ୍ୟତାର ପ୍ରଶସ୍ତି ପଥରେ ଏକାକିନୀ ମୁଁହି
ସାଂସାରିକ ଜୀବନ ରେ ନିଷ୍ପଷ୍ଟ ମୋ ପ୍ରତିଛବି
ଜାଣେନା ଯେ କେଉଁ ପଥ ର ନିଷ୍ପେସିତ ବାଟୋଇ ଟିଏ
ଯାତନା ର ଚରମ ଶୀର୍ଷ ରେ ଅବହେଳିତ ପ୍ରସ୍ଫୁଟିତ ନବକଳିକା ଟିଏ
ବଞ୍ଚିବାର ରାହାରେ ଅନୁସୃତ ମୁଁ ନିଶିଥିନି ଟିଏ
ତଥାପି ଚୀର ସବୁଜିମା ର ଇପ୍ସିତ ଚନ୍ଦ୍ର ଜ୍ୟୋତି କୁ ସ୍ପର୍ଶ କରିବା କୁ ଖୋଜିବୁଲେ
ମନରେ ଅସୁମାରୀ ସ୍ବପ୍ନ ନେଇ ଅଗ୍ରସର ହୁଏ ଦୂର୍ଦ୍ଦୀନ ପଥରେ
ସମ୍ଭାବ୍ୟ ଗନ୍ତବ୍ୟ ରେ ତୁଚ୍ଛ ଖୁସିର ଲ।ଲିନତା କୁ ଲଭିବାର ଔଜ୍ସ୍ୱତା କୁ
ମନରେ ସ୍ଥାପିତ କରି ସମାଜର ଗଣ ଦୌଡ଼ ରେ ଅବସ୍ଥାପିତ ହୁଏ
ନିଜସ୍ଵ ଦୁର୍ଭାଗ୍ୟ ନିମିତ୍ତ ବିଧି ର ବିଧାନ କୁ ନିନ୍ଦିତ ନ କରି ପୃଷ୍ଠଭଙ୍ଗ ନଦେଇ ଅହେତୁକ ବାଦାନୁବାଦ
ର ନଚିକେତା ସାଜି ଆପଣା ପଡ଼ାରୁ ଦେଶର ଅଗ୍ରଣୀ ଭୂମିକାରେ ଜଣେ ଶ୍ରେଷ୍ଠ ଭାରତୀୟ ହେବାର ଓଜସ୍ଵିନିତା କୁ ଉଜ୍ଜୀବିତ କରିବାକୁ ଚାହେଁ
ଏହାହିଁ ମୋର ପ୍ରସ୍ତାବିତ ନାରା ଚାହେଁ ମୁଁ ସଜିବାକୁ ଏକ ଉଜ୍ଜ୍ୱଳ ଧ୍ରୁବ ତାରା
ଲେଖକ : ରାଜେଶ ରଥ
ଗଣିତ ଶିକ୍ଷକ ଆସ୍କା ଗଞ୍ଜାମ


0 Comments