ଶିଶୁ ବୋଲି ମୋତେ ଛୋଟ ଭାବ ନାହିଁ
ବଡ଼ ହେଲେ ଦେଶ ର ନା ରଖିବି ମୁହିଁ
ଶିଶୁ ମୋର କେବେ ଦୋଷ ଧରିବ ନାହିଁ
ଦେହେ ମୋର ବଳ ଟିକେ ହେଲେ ନାହିଁ
ମୋର ମନ କୁ କେହି କଷ୍ଟ ଦିଅ ନାହିଁ
ବୋଝ ଧରିବା ବୟସ ମୋର ନାହିଁ
ମିଛ ଦୁନିଆ ରେ ସାହା ମୋର କେହି ନାହିଁ
କେତେ କଷ୍ଟ. ସହି ବୋଝ ଧରେ ମୁହିଁ
କେବେ ମୋତେ କେହି ହିନ ଭାବ ନାହିଁ
ଆମେ ମଣିଷ ଅମୃତ ସନ୍ତାନ କେବେ ଛୋଟ ନାହିଁ
ଶିଶୁ ର ଜୀବନ ସାଥେ କେହି ଖେଳ ନାହିଁ
ଆମ ଭବିଷ୍ୟତ ପାଇଁ କିଏ ହେବ ସାହା ଭାଇ
ହାତେ କଲମ ଧରିବାକୁ ଇଚ୍ଛା ଥିଲା ଧରିଲୁ ନାହିଁ
ବୋଝ ଧରି ସମାଜ ରେ କେତେ କଷ୍ଟ ସହେ ମୁହିଁ
ଶିଶୁ ଶ୍ରମିକ ର କିଏ ଦୁଃଖ ବୁଝେ ନାହିଁ
ଶିଶୁ ଆମେ ଭାଇ କେବେ ପର କର ନାହିଁ
ସୁରେଶ ଚନ୍ଦ୍ର ପାଢୀ
ବୁଗୁଡ଼ା,ଗଞ୍ଜାମ


0 Comments