ଫଗୁଣ ଦେଇଛି ପହିଲି ଚିଠି


ଫଗୁଣ ଦେଇଛି ପହିଲି ଚିଠି
କରୋନା ସମ୍ପର୍କେ ଲେଖିଛି ବେଶୀ

ଇଟାଲୀ ଆଖିରେ ଲୁହ ଶ୍ରାବଣ
କରୋନା ଆଣିଛି ଫିକା ଫଗୁଣ

ଭାରତ କାନ୍ଦୁଛି ଆଖି ଲୁଚେଇ
କଳ ବଳ କୌଶଳ ସବୁ ଲଢେଇ

ଅକାଳେ ବହୁଛି ଅଦିନ ଝଡ଼
ଭାଙ୍ଗିଦେଲା ଚୀନ୍ ର ଆଶାର ନୀଡ

ବରଷା ଲୁଚିଛି ବାଦଲ ଫାଙ୍କେ
ସଭିଏଁ ଛାନିଆଁ କରୋନା ଆତଙ୍କେ

ସବୁ ପର ଏଠି ନିଜେ ନିଜର
ଜାଇ ଯିବନି ତା ଶାଶୁ ଘର

ସତର୍କ ରୁହ ହେ ଭାଇ ଭଉଣୀ
କରୋନା ଯିବ ଆପେ ଦୁରେଇ


ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର 

Post a Comment

0 Comments