ଗଗନ ଗାତ୍ରରେ
ମୋହିନୀ ମନ୍ତ୍ରରେ
ଅପହୃତ ଅଂଶୁମଳୀ...
ପଶ୍ଚିମ ପ୍ରାଚୀରେ
ଅସ୍ପଷ୍ଟ ଅକ୍ଷରେ
ବିଭାବରୀ ବିଭା ବୋଳି...
ମଉନ ମନରେ
ତରୁର ତନରେ
ବିହଙ୍ଗ ବିଳାପେ ବସି...
ସୁଷମା ସମ୍ଭାରେ
ପାଦପ ପତରେ
ଖୁନ୍ଦା ଖଦ୍ୟୋତର ଖୁସି...
ଶଇଳ ଶିଖରେ
ମେଘର ମେଳରେ
ଚୋରେଇ ଚାହୁଁଛି ଚାନ୍ଦ...
ନିଶିର ନିଃଶବ୍ଦେ
ପ୍ରଶମିତ ପାଦେ
ନୟନେ ନିବେଶେ ନିଦ...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର


0 Comments