ଏତେ ଶ୍ରଦ୍ଧା ପୂର୍ଣ୍ଣ କୋଟି ଅଶ୍ରିବାଦ
ସକାଳୁ କିଏ ସେ' ଦେବ !!
ଅଭିମାନ ତେଜି ଫେରିଆସ ଭାଇ
ଖୋଜୁଛି ତୁମକୁ ଭାବ ।।
ହାତଧରି ବାଟ ସାହିତ୍ୟ ଜଗତେ
ଚାଲିବାକୁ ଥିଲ କହି !!
ପଥହୁଡ଼ା ହୋଇ ଏ ଅବେଳାରେ ନିଜେ
ଛାଡ଼ି ଚାଲିଗଲ କାହିଁ ?? ।।
ଭାତୃତ୍ବ ପ୍ରେମରେ ଅନ୍ଧ କରି ସତେ
କରିଥିଲ ଭଗ୍ନୀ ମୋତେ
ପ୍ରତି ବଦଳରେ ଚକୋଲେଟ୍ ପାଇଁ
ଅଳି କରୁଥିଲ କେତେ ।।
ସାହିତ୍ୟ ମାୟାରେ ବାୟା ହୋଇ ତୁମେ
ଅକ୍ଲାନ୍ତ ଶ୍ରମରେ ମାତି
କବିକୁଳ ସୌରଭ ପରିଚୟ ନେଇ
ଛାଡ଼ିଗଲ ନାନା ପକ୍ତିଁ ।।
ବିନା ମୂଲ୍ୟେ ମୋର ସମ୍ବର୍ଦ୍ଧନା ପାଇଁ
କରିଥିଲ କେତେ ଯତ୍ନ
ଭିଣୋଇ ଭାଇଙ୍କ ମନ ଜିଣି ତୁମେ
ସାଜିଥିଲ ଗୋଟେ ରତ୍ନ ।।
ଭାଷାଯେ ପାଉନି ମୃତ ଭାବନାରେ
ପଖାଳ ସ୍ମୃତି ମୁଁ ତୁମ
ଏ' ମଥାରେ ଲଗା ଶୁଭାଶିଷ ଵୋକ
ସତେକି ବୈଶାଖୀ ହିମ ।।
ତୁମ ସ୍ମୃତି ଧାରେ ବ୍ୟାକୁଳ ହୃଦୟ
ଅଶ୍ରୁ - ଶ୍ରଦ୍ଧାଞ୍ଜଳି ଢାଳେ
ଅବ୍ୟକ୍ତ - ବେଦନା ବିରହି - ହୃଦୟ
ତବ ବିୟୋଗରେ ଜଳେ ।।
ସେ' ଅଲିଭା ସ୍ମାରକୀ ଶାଶ୍ବତ ସମ୍ପର୍କ
ଦେବିନି ଭୁଲାଇ କେବେ
ପ୍ରତିଶ୍ରୁତି ବଦ୍ଧ ଏ' ଛବି ଭଉଣୀ
ବଞ୍ଚିଥିବି ଦିନ ଯେତେ ।।
ଛବିରାଣୀ ପତି , ମଧ୍ୟଶାସନ
ବିରିଡ଼ି , ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦


0 Comments