ନାଲି ଯେ ଦିଶଇ ମୋ ପ୍ରିୟା ଅଧର
ସତେକି ଗୋଲାପ ଫୁଲ
ଏ ମନ ଖୋଜଇ ପ୍ରଣୟ ସପନେ
କରନ୍ତା କପୋଳେ ଗେଲ ॥
ସତେକି ଗୋଲାପ ଫୁଲ
ଏ ମନ ଖୋଜଇ ପ୍ରଣୟ ସପନେ
କରନ୍ତା କପୋଳେ ଗେଲ ॥
ଝିଲିମିଲି ଦିଶେ ତା ଚୋରା ଚାହାଣୀ
ନିଏ ମୋ ହୃଦୟ କିଣି
ରେଶମୀ ରୂପ ତା ପ୍ରେମକୁ ଠାରୁଛି
ମୁଁ ଏକା ପାରୁଛି ଜାଣି ॥
ନିଏ ମୋ ହୃଦୟ କିଣି
ରେଶମୀ ରୂପ ତା ପ୍ରେମକୁ ଠାରୁଛି
ମୁଁ ଏକା ପାରୁଛି ଜାଣି ॥
ନାଲି ଓଠ ତାର ହେଉଛି ଅଧିର
ନୃତ୍ୟ କରେ ଢଳି ଢଳି
ଫୁଲେଇ ଚୁମ୍ବନ କୁହାଟ ମାରୁଛି
ଛିଞ୍ଚୁଛି ପ୍ରେମର ଗାଳି ॥
ନୃତ୍ୟ କରେ ଢଳି ଢଳି
ଫୁଲେଇ ଚୁମ୍ବନ କୁହାଟ ମାରୁଛି
ଛିଞ୍ଚୁଛି ପ୍ରେମର ଗାଳି ॥
ଚମ୍ପା କଢ଼ି ପାଦେ ଅଳତାର ଗାର
ହାତରେ ମେହେନ୍ଦି ତାର
ନୀଳଶାଢି ପିନ୍ଧି ମୋ ପାଶେ ଆସୁଛି
ଲଗାଇ ଗଜରା ହାର ॥
ହାତରେ ମେହେନ୍ଦି ତାର
ନୀଳଶାଢି ପିନ୍ଧି ମୋ ପାଶେ ଆସୁଛି
ଲଗାଇ ଗଜରା ହାର ॥
ନାଲି ଓଠେ ପ୍ରିୟା ଇସାରା ଦେଉଛି
ସଜେଇଛି ବାସ ରାତି
ଚାନ୍ଦକୁ ଦେଖି ସେ ଲାଜେଇ ପଡ଼ୁଛି
ଭରୁଛି ମୋ ଦେହେ ତାତି ॥
ସଜେଇଛି ବାସ ରାତି
ଚାନ୍ଦକୁ ଦେଖି ସେ ଲାଜେଇ ପଡ଼ୁଛି
ଭରୁଛି ମୋ ଦେହେ ତାତି ॥
ଆଶ୍ରିତ୍ ମହାପାତ୍ର
ଟାଙ୍ଗି, ଖୋର୍ଦ୍ଧା
୯୭୭୮୮୦୮୩୩୦
ଟାଙ୍ଗି, ଖୋର୍ଦ୍ଧା
୯୭୭୮୮୦୮୩୩୦


0 Comments