ଆତଙ୍କ ପଢ଼ାଏ ପାଠ


ଗୋଟେ ଅଜଣା ଆତଙ୍କ
ଖୁନ୍ଦି ଯାଇଛି ମସ୍ତିଷ୍କରେ,
ନଖାଇବି ଲାଗୁନାହିଁ ଭୋକ,
ନ ଶୋଇବି ଆସୁନାହିଁ
ସୁଖନିଦ୍ରା କୁମ୍ଭକର୍ଣ୍ଣ ନୀଦ,
ନପିଇବି ସୁଶିତଳ ଜଳ
ତଥାପି ନୁହେଁ ମୁଁ ତୃଷାର୍ତ୍ତ ,
ନରାଗି ବି ଋଷି ବିଶ୍ୟାମିତ୍ର
ନାହିଁ ମୋର ପେଟେ ହିଂସା,
ପରିଚୟ ମୋର ଆହମିକା  ।
ଗୋଟେ ଅଜଣା ଆତଙ୍କ
ଖୁନ୍ଦି ଯାଇଛି ମୋ ମସ୍ତିଷ୍କରେ ,
ବିବେକାନୁମୋଦିତ କାର୍ଯ୍ୟ କରି
ପ୍ରଛଦପଟରେ ମୁଁ ଅବିବେକୀ,
କ୍ଷୁଦାର୍ଥର ଅର୍ଣ୍ଣ ପ୍ରବନ୍ଦନ କରି
ସମାଜରେ ଅଟେ ମୁଁ  ସ୍ୱାର୍ଥାନ୍ଦ,
ଅସହାୟକୁ ସାହାଯ୍ୟର ଅର୍ଥ                           
ମୁଁ ନିର୍ଦୟ ନିଷ୍ଠୁର ମଣିଷ,
ତଥାପି ମୁଁ ମୋ ନିଜର...
ନିର୍ଜନତା ମୋ ପାଇଁ  ସୁନ୍ଦର,
ମୋ ମସ୍ତିଷ୍କରେ ଖୁନ୍ଦି ଯାଇଥିବା               
ଆତଙ୍କକୁ କରେ ଉପଭୋଗ,
ଅଜଣା ଆତଙ୍କଏବେ ମୋତେ
ହାତ ଧରି କଢାଉଛି ବାଟ ।
ମୋରାସ୍ତା ମୁଂହମୋଡି ଫେରୁଛି..
ମୋ ପାଦକୁ ଚୁମ୍ବନ କରୁଛି
ଶୁଣାଉଛି ଜୀବନ ସଂଗୀତ ।


                ଶିକ୍ଷକ ଦିନବଂଧୁ ବେଜ
              ଶିଖାପାଲୀ , ମାଲକାନଗିରି
           ଭ୍ରାମ୍ୟଭାଷା:-୭୬୮୩୯୨୦୨୨୧

Post a Comment

0 Comments