ହେ ମଣିଷ
ଆଖି ଖୋଲି ଦେଖ
ତୁମ ଅହଙ୍କାରର ସମ୍ପଦ
କେମିତି ଲୁଟି ନେଉଛି
ଅଜଣା ରାକ୍ଷସ ଟିଏ
କେମିତି ଶୋଏଇ ଦେଲାଣି
ସାରା ବିଶ୍ୱକୁ ...!
କେମିତି ପଢେଇ ଦେଲାଣି
ତୁମକୁ ଚେତନାର ମନ୍ତ୍ର
ନିଜ ଭିତରେ ଥିବା
ତୁମ ଉଚ୍ଚ ନୀଚ ଭାବକୁ
କେମିତି ଛିଡା କରେଇ ଦେଲା
ସମାନତାର ତରାଜୁ ଉପରେ
ରାଜାରୁ ରଙ୍କ -ରତନ ଟାଟାଠୁଁ
ରତନି ମାଝୀ
ସମସ୍ତେ ସମାନ ଏଠି
ଭୟଭୀତ କରୋନାର
କରାଳ ରୂପକୁ ଦେଖି ...॥
ଆଖି ଖୋଲି ଦେଖ
କେମିତି ବଦଳି ଗଲାଣି ଋତୁ
ତମ ନିଷ୍ଠୁର ପ୍ରହାର ରେ
ତମକୁ ଦେଖେଇ ଦେଖେଇ
ଶୁଣେଇ ଦେଲାଣି
ସଚେତନତାର ସଙ୍ଗୀତ
କାନ ଡେରି ଶୁଣ
ତମ ଅପକର୍ମର ସାତ ସୁରକୁ
ଯେଉଁଠିବି ରୁହ
ପାତାଳରେ କି ପର୍ବତରେ
ଘୋଡେଇ ହେବାକୁ ପଡିବ
ବିପଦର ଚାଦର
ମିଛ ସୁରକ୍ଷାର ବାହାନା ଭିତରେ ॥
ହେ ମଣିଷ
ଏବେ ପରୀକ୍ଷାର ବେଳ
ମନଦେଇ ପଢ଼
ପବିତ୍ର ଗୀତାର ପଂକ୍ତି
ସବୁ ଜ୍ଞାନ ମିଳିଯିବ
ତୁମ ମୁକ୍ତିର-ଶକ୍ତିର
ଚୈତନ୍ୟର କଲମ ମୁନରେ
ଆଙ୍କିଦିଅ ସଠିକ ଉତ୍ତର
ସଜାଗ ରଖି ନିଜକୁ
ଜୀବନର ଜଟିଳ ଗଣିତ
ସମାଧାନ ହେଇଯିବ
ପ୍ରକୃତିର ଅଭିମାନ
ଅପସରି ଯିବ
ପୂର୍ବ ଆକାଶରେ ପୁଣି
ନିର୍ଭୟର ସୂରୂଜ ହସିବ ॥
ଭାସ୍କର ଚନ୍ଦ୍ର ଦାସ ,
ଶିକ୍ଷକ ଓ କବି ,ଚାନ୍ଦବାଲି , ଭଦ୍ରକ
ମୋ -8658765383
ଆଖି ଖୋଲି ଦେଖ
ତୁମ ଅହଙ୍କାରର ସମ୍ପଦ
କେମିତି ଲୁଟି ନେଉଛି
ଅଜଣା ରାକ୍ଷସ ଟିଏ
କେମିତି ଶୋଏଇ ଦେଲାଣି
ସାରା ବିଶ୍ୱକୁ ...!
କେମିତି ପଢେଇ ଦେଲାଣି
ତୁମକୁ ଚେତନାର ମନ୍ତ୍ର
ନିଜ ଭିତରେ ଥିବା
ତୁମ ଉଚ୍ଚ ନୀଚ ଭାବକୁ
କେମିତି ଛିଡା କରେଇ ଦେଲା
ସମାନତାର ତରାଜୁ ଉପରେ
ରାଜାରୁ ରଙ୍କ -ରତନ ଟାଟାଠୁଁ
ରତନି ମାଝୀ
ସମସ୍ତେ ସମାନ ଏଠି
ଭୟଭୀତ କରୋନାର
କରାଳ ରୂପକୁ ଦେଖି ...॥
ଆଖି ଖୋଲି ଦେଖ
କେମିତି ବଦଳି ଗଲାଣି ଋତୁ
ତମ ନିଷ୍ଠୁର ପ୍ରହାର ରେ
ତମକୁ ଦେଖେଇ ଦେଖେଇ
ଶୁଣେଇ ଦେଲାଣି
ସଚେତନତାର ସଙ୍ଗୀତ
କାନ ଡେରି ଶୁଣ
ତମ ଅପକର୍ମର ସାତ ସୁରକୁ
ଯେଉଁଠିବି ରୁହ
ପାତାଳରେ କି ପର୍ବତରେ
ଘୋଡେଇ ହେବାକୁ ପଡିବ
ବିପଦର ଚାଦର
ମିଛ ସୁରକ୍ଷାର ବାହାନା ଭିତରେ ॥
ହେ ମଣିଷ
ଏବେ ପରୀକ୍ଷାର ବେଳ
ମନଦେଇ ପଢ଼
ପବିତ୍ର ଗୀତାର ପଂକ୍ତି
ସବୁ ଜ୍ଞାନ ମିଳିଯିବ
ତୁମ ମୁକ୍ତିର-ଶକ୍ତିର
ଚୈତନ୍ୟର କଲମ ମୁନରେ
ଆଙ୍କିଦିଅ ସଠିକ ଉତ୍ତର
ସଜାଗ ରଖି ନିଜକୁ
ଜୀବନର ଜଟିଳ ଗଣିତ
ସମାଧାନ ହେଇଯିବ
ପ୍ରକୃତିର ଅଭିମାନ
ଅପସରି ଯିବ
ପୂର୍ବ ଆକାଶରେ ପୁଣି
ନିର୍ଭୟର ସୂରୂଜ ହସିବ ॥
ଭାସ୍କର ଚନ୍ଦ୍ର ଦାସ ,
ଶିକ୍ଷକ ଓ କବି ,ଚାନ୍ଦବାଲି , ଭଦ୍ରକ
ମୋ -8658765383


0 Comments