ଶ୍ରୀରାମ ନବମୀ ଚିନ୍ତନ


ମଙ୍ଗଳ ଭବନ  ଅମଙ୍ଗଳ ମାନ
     ନ।ଶନେ ସଦା ତତ୍ପର
ଜୟ ରଘୁନାଥ ଜାନକୀ ସହିତ
      ହୃଦୟେ କର ବିହାର ।

ସ୍ବଭାବ ସୁନ୍ଦର   ଗୁଣ ର ସାଗର
     ହସ୍ତେ ଶୋହେ ଧନୁ ତୀର
ସାଧୁଙ୍କ ବିପତ୍ତି  ଭଞ୍ଜନ ଶ୍ରୀପତି
       ଭକ୍ତ ଜନ ସୁଖ ଘର।

ଶ୍ରୀରାମ ଚିନ୍ତନ  ହେଉ ଅନୁକ୍ଷଣ
      ବୃଥା ଚିନ୍ତା ହେଉ ଦୂର
କର୍ଣ୍ଣେ ରାମ ଗୁଣ  ମୁଖେ ରାମ ନାମ
       ନେତ୍ରେ ଶ୍ୟାମଳ ଶରୀର ।

କାମୀ ହୃଦେ କାମ  ଲୋଭି ହୃଦେ ଧନ
      ସମ ପ୍ରୀତି ଭାବ ବହି
ଯୁଗଳ ଚରଣ   ତଳେ ରହୁ ମନ
      କଞ୍ଜ ପଦ ହୃଦେ ଧ୍ୟାୟୀ ।

ଶ୍ରୀପଦ ପରଶେ ପଥର ତରେ ସେ 
       ନାମ ଆଧାରେ ପଥର
ଭବାନୀ ଶଙ୍କର  ସେ ପଦ ଯୁଗଳ
       ଧ୍ୟାନେ ରତ ନିରନ୍ତର ।

ମୃତ୍ୟୁ ରୁ ଅମୃତ  ଅସତରୁ ସତ
      ଅନ୍ଧାରୁ ଆଲୋକ ଗତି
ମୁଖେ ରାମ ନାମ  କରେ ରାମ କାମ
       ରାମ ରସ ପ୍ରାପ୍ତ ନିତି ।

ନାମ ରୁପ ଲୀଳା   ଧାମ  ଅନୁପମ
     ନୁହେଁ କେହି ଯାହା ସରି
ସେ ଦିବ୍ୟ ଆଦର୍ଶ  ହେଉ ଆଜି ବ୍ରତ
       ପାଦ ପଙ୍କଜ ସ୍ମରି।

ସବୁ ଦିନ ହେଉ   ଶ୍ରୀରାମ ନବମୀ
      ପ୍ରଭୁ ପ୍ରକଟ ହୃଦରେ
ନିତି ନବ ନବ  ହେଉ ପ୍ରୀତି ଭାବ
      ଚରଣ ବନ୍ଦେ ମୋଦରେ ।

ହୃଦୟ ଆସନ    ହେଉ ସୁ ଆସନ
      ମାରୁତି ଲକ୍ଷ୍ମଣ  ଘେନି
କରୁଣା ନିଧା ନ  ଜାନକୀ ଶ୍ରୀରାମ
          ଯୁଗଳ ପଦେ ଦୟିନୀ ।

           ବସନ୍ତ କୁମାର ବରାଳ
               ଅନନ୍ତ ବିହାର,ତାଳଚେର  

Post a Comment

0 Comments