ଅନେକ ଆଘାତ



ତୁ ଥିଲୁ ମୋ ପାଇଁ
ମୋ ହୃଦୟ ସ୍ପନ୍ଦନ...
ଭଲ ପାଇଥିଲି ତତେ
ମୁଁ ଭୁଲି ରାତି ଦିନ....
ଜୀବନ ଠୁ ବେଶୀ ତତେ
ପାଇଥିଲି ଭଲ.....
ପ୍ରେମ ପ୍ରତି ଦାନେ ଦେଲୁ
ଅନେକ ଆହତ....
ଖୁସି ବଳରେ ଦେଲୁ
ଆଖିରେ ମୋ ଲୁହ....
କେମିତି ବଞ୍ଚିବି ଏକା
ତୁମ ବିନା କୁହ....
ଭାବିଥିଲି କରିବି ମୋ
ହୃଦୟର ରାଣୀ...
ଅନ୍ଧ କରିଦେଇ କଲ
ଆଉ ବାଟ ଦିଶୁ ନାହିଁ.....
ଆଖିରେ ଆଖିଏ ଲୁହ
ତୋ ମିଛ ସେ ପ୍ରେମ ରେ...
ବିଶ୍ଵରେ ବିଷ ଦେଇ
ଚାଲି ଗଲୁ ଛାଡି ଅଧା ବାଟରେ....
ବଞ୍ଚିବାଟା ମୋ ପାଇଁ
ଅନେକ ଯନ୍ତ୍ରଣା.....
ନେଇ ଗଲୁ ଖୁସି ମୋର ସବୁ
ଆଜି ଦୁଃଖ ମୋ ଆପଣା....
ମୋତେ ଭୁଲି ଯାଇ ଯଦି
ଖୁସିରେ ତୁ ଅଛୁ..
ସେମିତି ଖୁସିରେ ତୋର
କାହା ନଜର ନ ଲାଗୁ....
ଭୁଲି ଯିବୁ ଦିନେ ପ୍ରିୟା
ମୁଁ ତୋ ଜୀବନରେ ଥିଲି
ମିଛ ପ୍ରେମ କରି କରି ହାର ମାନି ଗଲି।।

ପ୍ରକଶ ନାଥ
ଭଦ୍ରକ

Post a Comment

0 Comments