ସ୍ବପ୍ନ ର ସୁନା ଘର



ସପନର ପଥେ ପଥେ
କିଛି ଅଧା କିଛି ଅଧୁରା,
ତଥାପି ଚାଲିବାକୁ ହୁଏ
ଜୀବନଟା ସାରା......।।

ଜୀବନରେ କେବେ ଭଟ୍ଟା
ପୁଣି ଆସେ କେବେ ଜୁଆର,
ଭାଙ୍ଗି ଦେଇ ଯାଏ  ସେ
ସ୍ବପ୍ନ ର ସୁନା ଘର.......।।

ପୁଣି ଗଢିଦିଏ ସେଇ
ଆଶା ପୂର୍ଣ୍ଣ  ସହର,
ସାହି ପାରେନା ସମୟ
ଆଣେ ଭୂମିକମ୍ପ ଜହର...।।

ଗଛ ଡାଳେ ତୋଳିବାକୁ ଘର
ବିଚାରେ ମଣିଷ ବିଚରା,
ପୁଣି ଭାବେ ଘୂର୍ଣି ପ୍ରଳୟ
ଆସିଲେ କେ ହେବ ସାହାରା..।।

ଭାଙ୍ଗିଯାଏ ସ୍ବପ୍ନ ସବୁ
ହୁଏ ଚୁନା ଚୁନା,
ହୃଦୟ ବିଦାରକ ହେଲେବି
ମନ ହାର୍  ମାନେନା...।।

ଖୋଜେ ସମତଳ ଭୂଇଁ
ସେ ବି  ମିଳେ  ନାହିଁ,
ଯାହା ମିଳେ ସେଥିରେ
ଘର ତୋଳେ ଇଟାମାଟି ଦେଇ..।।

ବିଚାରି ବସିଲେ
ଜୀବନେ ସୁଖ ଜମା ନାହିଁ,
ଯେତିକି ମିଳୁଛି ରହିବା
ତହିଁରେ ଆନନ୍ଦ ହୋଇ....।।


                        ସୂର୍ୟକନ୍ୟା
                      କଟକ, ଓଡ଼ିଶା✍🏻

Post a Comment

0 Comments