ନାରୀ



ନୁହେଁ ସେ ଅବଳା
ନୁହେଁ ସେ ଦୁର୍ବଳା
ନାରୀ ଅଟେ ନାରାୟଣୀ 
ନାରୀ ପାଈଁ ଆଜି ଏ ସାରା ଜଗତ
ନାରୀ ଅଟେ ପୂର୍ଣ୍ଣ୍ୟଧାତ୍ରି ଜଗତତାରଣୀ 

ନାରୀ ନୁହେଁ ସେ'ତ ମଉଳା ଫୁଲଟେ
ଫୁଟି ଝଡିଯିବ ଗଛ ମୂଳେ
ନାରୀ ଅଟେ ପରା
ଶୁଭ୍ର ପ୍ରସ୍ପୁଠିତ ଜୋସ୍ନାର ସାମୁକା 
ଖାଲି ଚିକ୍ ଚିକ୍ ଦିଶୁଥିବ
ଖାଲି ଚିକ୍ ଚିକ୍ ଦିଶୁଥିବ

ସମାଜରେ ତାର ପ୍ରମୁଖ ଭୂମିକା
ନାରୀ ବିନା ଏ ସମାଜ ଅସମ୍ଭବ 
କେହି'ବା ବୁଝୁଛି ଆଜିର ଯୁଗରେ
ଏ ରାକ୍ଷସ ସମାଜ 
ନାରୀକୁ ଜନ୍ମରୁ କରୁଅଛି ଅବସାନ

କେହି କେହି ଆଜି 
ନାରୀ ଜନମକୁ ପାପ ବୋଲି ମଣେ
କୁନ୍ଧୁଲୀ ବେବିନା ନିର୍ଭୟା ଇତିଶ୍ରୀ ଦେଖି
ଜୀବନ ପାଈଁ ସେ ସଂଗ୍ରାମ କରନ୍ତି
ହେଲେ ନୃଶଂସ ସମାଜେ 
ମୂଲ ଉତ୍ପାଟନେ ପଡ଼ନ୍ତି ବଳୀ

ମନେ ଭାବେ ଜୀବନ ଯାହାର
ଆଲୋକ ସରସ ସୁନ୍ଦର ପ୍ରସ୍ପୁଟିତ ସମ
ହେଲେ ସେ'ତ ଯନ୍ତ୍ରଣା ଜୁଇରେ ମରେ
ନାରୀ ଜନମ'କି ଅଭିସପ୍ତ ଜନ୍ମ
ନିତି ନିତି କଥା କଥାରେ ସେ
ଛୁଞ୍ଚି ଫୋଡି ହୋଇ ମରେ
ନିତି ନିତି କଥା କଥାରେ ସେ
ଛୁଞ୍ଚି ଫୋଡି ହୋଇ ମରେ........!!

କୃଷ୍ଣ ଚନ୍ଦ୍ର ଡାକୁଆ
କରଚୁଲି(ବୁଗୁଡ଼ା)ଗଞ୍ଜାମ 

Post a Comment

0 Comments