ପଚାରିବି ନିଶ୍ଚେ
ତୁମ ସହ ହେଲେ ଦେଖା,
ଭୁଲିତ ତ ଯାଇଛ ମତେ
ମୋ ସ୍ୱପ୍ନ ରେ ନିତି
ଆସୁଛ କିଆଁ ।
ନିଜ ପାଇଁ ସ୍ୱପ୍ନ ସୌଧ ତୋଳି
ମୋ ସ୍ବପ୍ନକୁ ଦେଲ ଜାଲି ।
ନିତି ହୃଦୟରେ ମୋ
କାହିଁ ଭରିଦିଅ ନିଆଁ ।
ଭୁଲି ତ ଯାଇଛ ମତେ
ମୋ ସ୍ୱପ୍ନ ରେ ନିତି ଆସୁଛ କିଆଁ ।।
ନିତି ସ୍ୱପ୍ନରେ ଆସି
କାହିଁ ମନେ ପକାଅ
ସେହି ଅଭୁଲା ଅତୀତ ।
ଦିନ ଥିଲା
ତୁମକୁ ନେଇ ଦେଖିଥିଲି କେତେ ସ୍ୱପ୍ନ
ଲେଖୁଥିଲି ପ୍ରେମ
ପ୍ରଣୟର ଗୀତ ।।
ସ୍ୱପ୍ନରେ ଝଲସି ଯାଏ
ବିଗତ ଦିନର ଅଭୁଲା ସ୍ମୃତି ।
ହୃଦୟ ହୁଏ ଦଗ୍ଧିଭୁତ
କ୍ଷଣକ ପାଇଁ ରୁନ୍ଧି ହୁଏ ଛାତି ।
ଜଙ୍ଗଲ ଜଳିଲେ
ଦେଖନ୍ତି ସମସ୍ତେ
ହୃଦୟ ଜଳିଲେ
ବାହାରେ ନାହିଁ ଧୂଆଁ ।
ଭୁଲି ତ ଯାଇଛ ମତେ
ମୋ ସ୍ୱପ୍ନରେ ନିତି
ଆସୁଛ କିଆଁ ।।
ହେ ପାଠକେ
ସ୍ୱପ୍ନ ଯଦି ସତ ହୁଅନ୍ତା ।
ମୋ ପ୍ରିୟା ଆଜି
ମୋ ପାଖେ ଥାନ୍ତା ।।
ଭାବୁଥିଲି କରିବି ତାକୁ
ଜନ୍ମ ଜନ୍ମର ସାଥି,
ସମର୍ପି ଦେଇଥିଲି
ହୃଦୟ ମନ ପ୍ରାଣ ।
ଭାଗ୍ୟର ବିଡମ୍ବନା
ଅଧା ବାଟେ ସିଏ
ଛାଡ଼ିଗଲା ମତେ,
ତା ଦର୍ଶନ ମୋ ପାଇଁ
ଆଜି ସାତ ସପନ ।।
ଆଜି ବି ମନରେ
ପ୍ରଶ୍ନ ଉଙ୍କିମାରି,
କି ଲାଭ ପାଇଲା ସେ
ଭୁଲାଇ ଦେଇ ଭୁଆଁ ।
ଭୁଲି ତ ଯାଇଛି ମତେ
ମୋ ସ୍ୱପ୍ନ ରେ ନିତି
ଆସୁଛି କିଆଁ ।।
ଅଶ୍ବିନି କୁମାର
ସହକରୀ ଶିକ୍ଷକ
ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚକଳାପଦର, ଝରିଗାଁ, ନବରଙ୍ଗପୁର


0 Comments