ଦୀପ ମୁଁ ଜାଳିଲି ମୋ ଦେଶ ହିତରେ
ଦୀପର ସଳିତା ପରି
ଦୟାକର ବାରେ ଦୟାର ସାଗର
ବରଷି କରୁଣା ବାରି।।
ସାରା ଜଗତରେ ଘେରିଛି ଆତଙ୍କ
ସଂକଟ ଘେରରେ ରହି
ସବୁତ ତୁମରି ଅଟେ ଲୀଳା ଖେଳା
କୃପାକର କୃପାବହି।।
ଦେବ ଦୀପାବଳୀ ଭରି କୃତାଞ୍ଜଳୀ
ଜାଳିଲେ ମୋ ଦେଶ ବାସୀ।।
ଦୀପାବଳୀ ନୁହେଁ ହୃଦୟ ପ୍ରଦୀପ
ଜାଳନ୍ତି ପରା ଭରଷି।।
ବେଳୁ ବେଳ ଦେଖ ବଢ଼ୁଛି କଷଣ
ଆହେ ନୀଳାଚଳ ବାସୀ
ସଂକଟ ବିନାଶି ଭୂଭାର ଉଶ୍ୱାସି
ତ୍ରାହି କର ବ୍ରହ୍ମରାଶି।।
ଅଜୟ କୁମାର ମହାନ୍ତି
ହରିପୁର, କବିରପୁର ,ଯାଜପୁର।


0 Comments