ଭକତ ଭାବରେ ବନ୍ଧା



ଜାତି ଜାତି ଫୁଲେ ଦେଉଛି ସଜେଇ
କୁଟୀର ଦୁଆର ନିତି,
ଅସ୍ପୃଶ୍ୟା ଶବରୀ ଆଖି ଲୁହ ମାରି
ବିଶ୍ବାସ ରଖିଛି ଅତି....
ଥଟ୍ଟା ପରିହାସ ଲୋକଙ୍କର ହସ
ସେଥିରେ ଭୃକ୍ଷେପ ନାହିଁ,
ଆସିବେ ନିଶ୍ଚିତ ପ୍ରଭୁ ରଘୁରାଣ
ମୋ ଭକ୍ତିରସରେ ଧାଇଁ....
ଅଇଁଠା କୋଳିର ଅସୀମ ଶରଧା
ପ୍ରଭୁ ମନ ନେଲା କିଣି,
ମାଆ ବୋଲି ଡାକି କଲେ ସମ୍ବୋଧନ
ରଘୁବଂଶ ଶିରୋମଣି....
ଭକତ ଭାବରେ ବନ୍ଧା ସେ ଠାକୁର
ବୁଝନ୍ତି ଭାବର କଥା,
ଭକ୍ତି ର ଶକତି ଦେଇଥାଏ ମୁକ୍ତି
ଧନ୍ୟ ରାମାୟଣ ଗାଥା

ଡାଃ ପ୍ରତୀକ କୁମାର ପହି 
ପାଣିକୋଇଲି ,ଯାଜପୁର 

Post a Comment

0 Comments