ତୁମେ


ଝଟକେ ତୁମର   
ମଥାରେ ସିନ୍ଦୁରଲା
ଗୁଛ କେଡେ ସୁନ୍ଦର। 
କିଏ ସେ ଭରିଲା       
ତୁମ ସେ ସିନ୍ଥିରେ
କରିଦେଲ ମତେ ପର ।

କଥା ଦେଇଥିଲ        
ହେ ପ୍ରିୟା ମୋହର
ହେବନି ଆଉ କାହାର।
ହୃଦୟକୁ ନେଇ          
ଭାଙ୍ଗି ରୁଜି ଦେଇକ
ରିଲ ତାକୁ ନିଜର ।

ମିଥ୍ୟା ପ୍ରତିଶୃତି           
ମିଛ ତୁମ ବାଣୀ
ଏବେ ବି ପଡୁଛି ମନେ। 
ଶୟନେ ଜାଗରଣେ       
ବସିଲେ ଉଠିଲେ
ଶୁଭଇ  ମୋହରି କର୍ଣ୍ଣେ ।

ସମୟ ବିତିଛି              
ତୁମେ ବି ଭୁଲିଛଭୁ
ଲି କାହିଁ ମୁଁ ପାରେନା। 
ଇତିହାସ ସତେ               
କରିଅଛି ଘର
ହୃଦୟରୁ କାଢି ପାରେନା ।

ମିଛ କହି ତୁମେ          
ମୋ ଟିକି ହୃଦୟେ
ଗଭୀର ଗାର ଯେ ଟାଣିଲ। 
ପ୍ରେମର ନାମରେ          
ପ୍ରତାରଣା ଖେଳ
ତୁମେ ପରା ଖେଲୁଥିଲ ।

ଏତିକି ବିନତୀ              
ତୁମରି ପାଖରେ
 କାହାକୁ ପ୍ରେମ ନ କରିବ। 
ମୋ ଭଳି ଆଉ କା '       
ହୃଦୟରେ ପୁଣି
କ୍ଷତ ଯେ ସୃଷ୍ଟି ନ କରିବ।   


ପ୍ରୀତିରଞ୍ଜନ ନାୟକ
ଜୟନଗର,ରାଜକନିକା,କେନ୍ଦ୍ରାପଡ଼ା
୯୦୯୦୦୪୦୧୪୨

Post a Comment

0 Comments