ଓଡିଆ ଘର ର ବଢିଆ ଖାଇବା
ପଖାଳ ନାମ ତାହାର ,
କି ଧନୀ ଗରିବ ସଭିଏଁ ଖାଆନ୍ତି
ହୋଇଯାଇ ଏକାକାର ।।
ପଖାଳ ସାଥିରେ ବଢି ବାଇଗଣ
କଞ୍ଚା ଲଙ୍କା ମାଛ ଭଜା
ପିଆଜ ପାଖୁଡେ ବସା ଦହି ଥିଲେ
ଖାଇବା ଟା ଭାରି ମଜା ।।
ଅଭାବୀ ଜନର ଚିରସାଥି ସିଏ ହେ
ଉ ଖରା ବର୍ଷା ଶୀତ
ଧନୀ ଲୋକ ଭାଇ ଖାଏ ବେଳେ ଅଧେ
କଥାଟି ଅଟଇ ସତ ।।
ବିଶ୍ୱ ଦରବାରେ ବଜାୟ ରଖିଛି
ସ୍ୱତନ୍ତ୍ର ତା ପରିଚୟ
ଯିଏ ଖାଇଅଛି ସେ ଏକା କହିଛି
ଜୟ ପଖାଳ ର ଜୟ ।।
ଓଡିଶା ରାଇଜ ବିଶ୍ୱରେ ମହାନ
ତା ଗାଥା ସଂସ୍କୃତି ପାଇଁ
ଥିଲା ରହିଥିବ ପଖାଳ ର ମାନ
ଓଡିଆ ଅସ୍ମିତା ବୋହି ।।
ମାନସ କୁମାର ପାଢ଼ୀ
ଈଶ୍ବରପୁର ,ଇରମ ,ଭଦ୍ରକ
ମୋ - 9777069624


0 Comments