ଆସୁଅଛି ହୋଲି ରଙ୍ଗରେ ରଙ୍ଗେଇ


ଏତିକି କହିଛି ମୋତେ

ଗତବର୍ଷ ପରି ଲଗେ ଇବ ନାହିଁ

ସତର୍କ ରହିବ ଟିକେ ।।



ଖେଲ କରୁଅଛି କରୋନା ଆତଙ୍କ

ମୋତେ ବି ଲାଗଛି ଟିକେ

ମୋତେ ନେଇ ଯଦି ଖେଲୁ ଥିବ ତୁମେ

ରଙ୍ଗରେ ବି ଲାଗି ପାରେ ।।



ରଙ୍ଗ ସିନା ମୁହିଁ ଜୀବନ ମୋ ନାହିଁ

ମୋତେ ବି ଛାଡ଼ିଲା ନାହିଁ

ମୋର ରଙ୍ଗେ ତୁମେ ହେବ ନାହିଁ ଖୁସି

ନିଜକୁ ଦେଖିବ ଟିକେ ।।



ଆଖି,କାନ,ନାକ ବଞ୍ଚାଇ ରଖିବ

ପାଟି ବି ଖୋଲିବ ନାହିଁ

ଏହିସବୁ ଜାଗା ରଙ୍ଗ ଲଗେଇଲେ

କରୋନା ର ଭୟ ଅଛି ।।



ବେଶି ଦୁଖ କଥା ନିଜେ ମୁଁ କହୁଛି

ଛୁଅଁନାହିଁ ମୋତେ ବୋଲି

ଜାଣି ଶୁଣି ଯଦି କଥା ନ ମାନିବ

ପରେ ଦୋଶ ଦେବ ନାହିଁ।।



ନିଲାମ୍ବର ମହାନନ୍ଦ
ଆମ୍ବଗୁଡ଼ଗୋ, ଲାମୁଣ୍ଡା, କଳାହାଣ୍ଡି
ମୋ:-୯୩୪୪୨୦୪୫୦୯

Post a Comment

0 Comments