ହ ଓ ମ ର ଝଗଡ଼ା


       
ଥରେ 'ହ' ଓ 'ମ' ବସି  ଗପସପ କରୁଥିଲେ ।'ହ' ଅହଂକାରପୂର୍ବକ କହୁଥିଲା ମୋ' ଠାରୁ ବଡ କେହି  ନାହାଁନ୍ତି । ମୁଁ  ଦେବତାମାନଙ୍କ ଭିତରେ ହରି, ରାଜାମାନଙ୍କ ଭିତରେ ହରିଶ୍ଚନ୍ଦ୍ର,  ତୀର୍ଥ ଭିତରେ ହରିଦ୍ବାର, ପଶୁମାନଙ୍କ ଭିତରେ ହଂସ, ଭୋଜନ ଭିତରେ ହାଲୁଆ ଏବଂ ଯାନଗୁଡିକ ଭିତରେ ହୱାଇ ଜାହାଜ ।
            ' ମ' ମଧ୍ୟ ସଙ୍ଗେ ସଙ୍ଗେ କହି ଉଠିଲା- ମୋର ସମାନ କିଏ କରିବ ! ମୁଁ  ଦେବଦେବ ମହାଦେବ,ବୀରମାନଙ୍କ ମଧ୍ୟରେ ମହାବୀର,ଋଷିମାନଙ୍କ ମଧ୍ୟରେ ମହର୍ଷି,ମନୁଷ୍ୟ ଭିତରେ ମନୁ,ଫୁଲ ଭିତରେ ମନ୍ଦାର,ଭୋଜନ ଭିତରେ ମଖନ ଓ ମାଲପୁଆ ଅଟେ ।
              'ହ' କୁ 'ମ' ର କଥା ଭଲ ଲାଗିଲା ନାହିଁ । ସେ ବିଗିଡି ଯାଇ କହିଲା- ଫାଉ ମାରୁଛୁ,ସାରା ସଂସାର ଜାଣିଛି ତୁ ଜୀବମାନଙ୍କ ଭିତରେ ମଶା,ମାଛି,ମାଛ । ମୋ ସାଥିରେ ମୁକାବିଲା କ'ଣ କରିବୁ ? ମୁଁ  ହାକିମ, ମୋତେ ହଜୁର କୁହନ୍ତି । 'ମ' ହସି ହସି କହିଲା- ମିଛଟାରେ ନିଜକୁ ବଡ କହୁଛୁ । ତୁ ତ ମନୁଷ୍ୟ ଭିତରେ ହିରଣ୍ୟକଶ୍ୟପ, ଆଭୁଷଣ ଭିତରେ ହାତକଡି, ରାଜନୀତିରେ ହରତାଳ,ରୋଗରେ ହଇଜା । ମୁଁ ତ ଇନ୍ଦ୍ରିୟ ଭିତରେ ମନ, ଘରମାନଙ୍କ ଭିତରେ ମହଲ,ମନ୍ଦିର,। ବେପାରୀମାନଙ୍କ ଭିତରେ ମହାଜନ ତଥା ରନ୍ନ ଭିତରେ ମୋତି ଅଟେ ।'ହ' ଜୋର୍ ରେ ହସି କହିଲା- ଯା ଯା ତୁ ଭାବଛୁ ତତେ କେହି ଜାଣିନାହାନ୍ତି ବୋଧେ, ମୁଁ ତ ତତେ ଭଲଭାବରେ ଜାଣିଛି  ଯେ ତୁ ମୂର୍ଖ,ମତଲବୀ,ମ୍ଲେଛ ଅଟୁ ।ତୁ ତ ଫୁଲ ଭିତରେ ମହୁଲ,ଖାଦ୍ୟ ଭିତରେ ମାଂସ,ରୋଗ ଭିତରେ ମେଲେରିଆ,ମହାମାରୀ । ମୁଁ ପର୍ବତ ଭିତରେ ହିମାଳୟ,ଅଙ୍ଗ ଭିତରେ ହୃଦୟ,ହସିଥାଏ ଓ ଅନ୍ୟକୁ ହସାଇଥାଏ ।ତୁ ତ ବସୁଥିବା ଲୋକକୁ ମାରି ଦେଇଥାଉ ।
               'ହ' ପୁଣି କହିବାକୁ ଯାଉଥିଲା ସେହି ସମୟରେ ସଠାରେ ଜଣେ ସାଧୁ ସେ ଦୁଇଜଣଙ୍କର ସବୁ କଥାକୁ ଶୁଣୁଥିଲା, ଶେଷରେ  ସାଧୁ ଜଣକ 'ହ' 'ମ' କୁ କହିଲା- ତୁମେ ଦୁଇଜଣ ବେକାରଟାରେ ଝଗଡ଼ା କରୁଛ । ତୁମେ ତ ପରସ୍ପରର ଅଙ୍ଗ । ତୁମେ ଦୁହେଁ ଯଦି  ଝଗଡ଼ା  ଛାଡି ମିଶିଯିବ ତେବେ କେତେ ଭଲ ହବ । ସାଧୁର ଏପରି କଥା ଶୁଣି ଝଗଡ଼ା କୁ ଛାଡି ପରସ୍ପର ମିଶିଗଲେ । 'ହ'(ହିନ୍ଦୁ) 'ମ'(ମୁସଲିମ୍) ହେଇଗଲେ । ତେଣୁ  ହମ୍ (ଆମେ) ହୋଇଗଲେ । ବାସ୍ତବରେ ' ଏକତା ହିଁ ବଳ । 
       

ଶିବାନୀ ପାତ୍ର 
ଭଦ୍ରକ
         
                                 

Post a Comment

0 Comments