ସୌର ମାସର ପ୍ରଥମ ଦିନକୁ
କହି ଥାନ୍ତି ସଙ୍କରାନ୍ତି
ମେଷ ସଂକ୍ରାନ୍ତିର ଅନ୍ୟ ନାମ ଅଟେ
ମହା ବିଷୁବ ସଂକ୍ରାନ୍ତି ।।
ଏହି ଦିନ ଠାରୁ ଗ୍ରୀଷ୍ମ ଋତୁ ଆସେ
ଝାଂଜି ପବନ ବହଇ
ସୂର୍ଯ୍ୟଙ୍କୁ ପଣା ଭୋଗ ଦିଆଯାଏ
କ୍ଷୀର ଛେନା କୋରା ଦହି ।।
ତୁଳସୀ ମୂଳରେ ଛାମୁଣ୍ଡିଆ କରି
ଘଡି ବସାଇଣ ଥାନ୍ତି
ଘଡ଼ିର ମଧ୍ୟରେ କଣା ଟିଏ କରି
ଜଳ ପୂର୍ଣ୍ଣ କରି ଥାନ୍ତି ।।
ମାତା ବୃନ୍ଦାବତୀ ଜଳ ଧାର ପାଇ
ସୁଶୀତଳ ହୋଇ ଥାଏ
ଆଶୀର୍ବାଦ ଦିଏ ସନ୍ତାନ ମାନଙ୍କୁମ
ନସ୍କାମ ପୂର୍ଣ୍ଣ ହୁଏ ।।
ନଡ଼ିଆ କଦଳୀ ଦୁଗ୍ଧ ଦହି ଛେନା
ପଣାରେ ମିଶାଇଥାନ୍ତି
ଅଙ୍ଗୁର ଆପେଲ କାଜୁ ମିସାଇଣ
ସୁମଧୁର କରି ଥାନ୍ତି ।।
ଠାକୁରଙ୍କ ପାଖେ ପଣା ଭୋଗ ହୁଏ
ବନ୍ଧୁ ଜନଙ୍କୁ ବାଣ୍ଟନ୍ତି
ପରିବାର ଲୋକେ ଖୁସି ବନା ଅନ୍ତି
ପଣା ସେବନ କରନ୍ତି ।।
ବିଭିନ୍ନ ସ୍ଥାନରେ ପାଟୁଆ ଯାତରା
ହୋଇ ଥାଏ ଏହି ଦିନେ
ଦଣ୍ଡ ଯାତ୍ରା ହୁଏ ଛଉ ନୃତ୍ୟ ହୁଏ
ହନୁମାନ ଜନ୍ମ ଦିନ ।।
ଝାମୁ ଯାତ୍ରା ହୁଏ ପଣା ସଂକ୍ରାନ୍ତିରେ
ରଡ଼ ନିଆଁରେ ଚାଲନ୍ତି
ଦେବୀଙ୍କର ନାମ ତୁଣ୍ଡରେ ଧରିଣ
ଭକ୍ତ ପାରି ହୋଇ ଥାନ୍ତି ।।
ହିନ୍ଦୁ ନବ ବର୍ଷ ପାଳିତ ହୁଅଇ
ପଣା ସଙ୍କରାନ୍ତି ଦିନ
ମନ୍ଦିରକୁ ଯାଇ ପୂଜା ଅର୍ଚନା କରନ୍ତି
ସୁଖେ କଟି ଯାଉ ଦିନ
ହିନ୍ଦୁ ମାନଙ୍କର ଉତ୍ସବର ଦିନ
ମନ ଖୁସିରେ ନାଚଇ
ବାର ମାସରେ ତେର ପର୍ବ ହୁଏ
ଖୁସିକୁ ବାଣ୍ଟିବା ପାଇଁ ।।
ବାସନ୍ତୀ ଜେନା
ଗାନ୍ଧିନଗର, ନବରଙ୍ଗପୁର,
ମୋ :8658655979


0 Comments