ଜନ୍ମଦାତ୍ରୀ ମୋର ପ୍ରଥମ ମାତା
ଖାତିରି ନକରି ଆପଣା ସତା।।
ମୃତ୍ୟୁ ସହ ଲଢି ଦେଇଛି ଜନ୍ମ
ସେ କଷ୍ଟକୁ ତାର କିଏବା ସମ।।
ଦ୍ୱିତୀୟରେ ତହିଁ ମହିର କଥା
ପ୍ରଥମେ ତା କୋଳେ ଗୁଂଜୀଲୀ ମଥା ।।
ତେଣୁଟି ବସୁଧା ମାତା ଯେ ମୋର
ତୃତୀୟରେ ଗଙ୍ଗା ନାମଟି ତାର।।
ପହିଲି ଆହାର ଅଟେ ସବୁରି
ପ୍ରତି ବୁନ୍ଦା ତାର ଅମୃତ ବାରି।।
ଚତୃଥେ ଗୋମାତା ଦୁଗ୍ଧ ଦେଇଣ
ବହନ କରନ୍ତି ମମତା ପଣ।।
ପଞ୍ଚମେ ପୁଣି ହିଁ ବୃକ୍ଷ ଟି ଜାଣ
ଫୁଲ ଫଳ ଦେଇ କରେ ଭରଣ।।
ଅମ୍ଳଜାନ ଦେଇ ରଖଇ ପ୍ରାଣ
ମାତା ପଣ ବହି କରେ ପୋଷଣ।।
ପଞ୍ଚମାତା ମୋର ଅଟନ୍ତି ସେହି
ତ୍ୟାଗରେ ମନ ମୋ ନିଅନ୍ତି ମୋହି।।
ଜନନୀ ଅଟଇ ତାହାଙ୍କ ନାମ
ସଦାଚାରୀ ସେହୁ ଅତି ଯେ ନମ୍ର।।
ମଧୁସ୍ମିତା ସ୍ୱାଇଁ


0 Comments