ଅଙ୍ଗଦାନ ମହାପୁଣ୍ୟ - ହେମନ୍ତ ଦାଶ

       
ଚାରୁ ହାସ୍ୟମୟୀ ଧରଣୀ ରାଣୀର
ମନୋରମ ଚିତ୍ରପଟ,
ମରଣ ପରେବି ଦେଖିଯେ ପାରିବା
ଫିଟିଅଛି ଏବେ ବାଟ।

ଜୀବନ କାଳରେ ଅଙ୍ଗୀକାର କଲେ
କରିବାକୁ ଅଙ୍ଗଦାନ,
ମରଣ ଅନ୍ତରେ ଅଙ୍ଗ କାଢିନେବେ
ବଞ୍ଚିବ ଗୋଟେ ଜୀବନ।

ଆଖିଟିଏ ଦେଇ ସାକ୍ଷୀ ରହିଥିବା
ଦେଖୁଥିବା ସାରା ଦୁନିଆଁ,
ଆନ ତନେ ଥାଇ ଅମର ହୋଇବା
ହୁଅନାହିଁ ଅମାନିଆଁ।

ବୃକ୍'କ ଦେଇଣ ଯନ୍ତ୍ରଣା ହରିବା
କିଡ୍'ନି ରୋଗୀକୁ ପୁଣି,
ସ୍ବର୍ଗପୁରେ ଥାଇ ଆଶ୍ବସ୍ତ ଲଭିବା
ଆନମନେ ଶାନ୍ତି ବୁଣି।

ହୃଦୟ ସ୍ପନ୍ଦନ ଥମିବନି ଆଉ
ଚାଲୁଥିବ ନିରନ୍ତର,
ହୃଦୟ ଦେଇକି ସେନେହ ବାଣ୍ଟିବା 
ମରିବି ହେବା ଅମର।

ମରିଗଲେ ଆମେ ନିଆଁରେ ପୋଡିବେ
ମୁଠାଏ ପାଉଁଶ ହେବା,
ଦରକାରୀ ଜନେ ରୋପଣ କରିଲେ
ଚିରଦିନ ରହିଥିବା।

କର ନାହିଁ ହେଳା ଆସିଛିରେ ବେଳା
କରିବା ଆସ ଶପଥ,
ଅଙ୍ଗଦାନ କରି ହୋଇବା ମହାନ
ଟାଣିବା ଜୀବନ ରଥ।

ଆଜିର ଆହ୍ବାନ ଶୁଣଦେଇ ମନ
କରିବାରେ ଅଙ୍ଗଦାନ,
ଦେଇ ଜୀବଦାନ ଧରମ ଅର୍ଜନ
ଲଭିବାଯେ ମହାପୂଣ୍ୟ।


ଆଶୁକବି ହେମନ୍ତ ଦାଶ
ତୁଷରା,ବଲାଙ୍ଗିର, 
ମୋ-୯୯୩୭୬୮୮୫୫୧

Post a Comment

0 Comments