ହସ୍ପିଟାଲଥି କୁଆଁକୁଆଁ କାନ୍ଦି
ବୁନା ମୋର୍ ଜନମ୍ ହେଇଛେ
ମନ୍ ମୋର୍ ଉସତ୍ କେତ୍ ନି କେତେ
କୁଲ୍ ମୋର୍ ଉଦ୍ଧାର୍ ହେଇଛେ।।
ଦାଣ୍ଡ ଦୁଆରେ ରଙ୍ଗି ରଙ୍ଗି କରି
ମୋର୍ ଆଙ୍ଗଠି ଧରି ଚାଲୁଛେ
ଥତଲେଇ ଥତଲେଇ କେତେ କେତେ କଥା
ଥୁତ୍ ନାଥି ତାର୍ କହୁଛେ
ସୁନ ବାର୍ କେ ମଜା ଲାଗୁଛେ
ସିଏ ହସି ଦେଲେ ମୁଁଇ ହସୁଛେ।।
ବୁଆ ଜୀବନ ମୋର୍ ଧଏନ ହେଇଛେ
ବାବୁ କେ ଇଞ୍ଜିନିୟରିଂ ପଢେଇଛେ
ବାବୁ ମୋର୍ ଇଞ୍ଜିନିୟର ଟେ ହେଇଛେ
ହୁଦା ହୁଦା ଘର୍,ହୁଦା ହୁଦା ପୋଲ୍
ମୋର୍ ବାବୁ ଟା ଗଢୁଛେ
ବଡ ଘର୍ ଟେ ବି ବାବୁ କରିଛେ
କେତେ କେତେ ଜିନିଷ୍ ରଖିଛେ।।
ବାବୁ ସାହେବ୍ ମାନକର୍ ସଙ୍ଗେ
ଇଙ୍ଗ୍ଲିଶ୍ ଥି କଥା ଲାଗୁଛେ
ବୁଆ ଜୀବନ ମୋର୍ ଧଏନ ହେଇଛେ
ତାର୍ ସାଙ୍ଗ ସାହେବ୍ ମାନକର୍
ଆଗ୍ ଆଡେ ମତେ, ନଉକର୍ ବୋଲି ଡାକୁଛେ
‘ଗିଭ୍ ମି ସୋମ୍ ୱାଟର୍’ ବଲି,
ବସିକିନା ଅଡର୍ ଦଉଛେ ।।
ଖାଏମି ବୋଲି ରୁଟି ଖଁଡେ
ମାଗ୍ ଲେ ଅଟା ରେଟ କୁଡେ ହେଇଛେ
ମୋର୍ ବାବୁଟା କହୁଛେ
ପୁଷ୍ ଲା କୁକୁର୍ ତାର୍ ଶିକାର୍ ଖାଉଛେ।।
ବୁଆ ଜୀବନ ମୋର୍ ଧଏନ ହେଇଛେ.......
ବାବୁଟା ମୋର୍ ବିହା ହେଇଛେ
ମାଏଝି ତାର୍ ଚାକ୍ରି କରୁଛେ
ମାଏଝି କଥାରେ ପଡିକରି ମତେ
ବୃଦ୍ଧ।ଶ୍ରମ ଆନି ରଖିଛେ।
ଦିନା କେତେ ଇନ ଥ ବଲି କହି
ଯାଇଛେ ଜେ ଆର୍ ନାଇଁ ଆଇଛେ
ସୁନ୍ ବାକେ ମୁଁଇଁ ପାଇଛେ
ବୁନା ର୍ ପୁଅ ଟେ ପରେ ତ ହେଇଛେ।।
ବୁଆ ଜୀବନ ମୋର୍ ଧଏନ ହେଇଛେ
ଉସତ୍ ମତେ ଲାଗୁଛେ
ବୁନା ମୋର୍ ଏବେ ବୁଆ ସୁଖ୍ ପାଉଛେ
ବୟସ୍ ସତୁର୍ ମତେ ଛିଛେ
ନବେ ବଛର୍ କେ ମୁଁଇଁ ଟାକିଛେ।।
ସମିୟାର୍ ଚକଟା କିନ୍ଦ୍ରୁଛେ
ମନେ ମନେ ମୁଁଇଁ ଭାବୁଛେ
ବୁନା ବୁଢା ହେଲେ ବୁନା ର୍ ପୁଅ ଵି
ଇନ ଆନି ଛାଡ୍ ବା ଭାବୁଛେ।।
ବୁଆ ଜୀବନ ମୋର୍ ଧଏନ ହେଇଛେ
ଅଶବଛ୍ ରେ ମୁଇଁ ଦେଖୁଥିମି
ମୋର୍ ଏନ୍ତା ବୁନା କାନ୍ଦୁଛେ
ଦୁୁଃଖ୍ କେ ତାର୍ ସୋର୍ କରିକରି
ମୋର୍ ଆଗେ ସିଏ କହୁଛେ।।
ବୁଆ ଜୀବନ ମୋର୍ ଧଏନ ହେଇଛେ
ମୋର୍ ପୁଅ କେ ପାଖେ ଫେରିପାଇ
କରି ମୋର୍ ମନ୍ ବି କହୁଛେ ।
ବୁଆ ଜୀବନ ମୋର୍ ଧଏନ ହେଇଛେ।।
ଅଧ୍ୟାପକ ସୌଭାଗ୍ୟ ରଞ୍ଜନ ମହାପାତ୍ର


0 Comments