ହେ ଗ୍ରୀଷ୍ମ ତୁମେ - ସୂର୍ଯ୍ୟକାନ୍ୟା


ହେ ଗ୍ରୀଷ୍ମ ତୁମେ
ଯେ ଅବର୍ଣ୍ଣନୀୟ,
ହେ ଗ୍ରୀଷ୍ମ ତୁମେ
ଯେ ମହାଲୀଳାମୟ।

ହେ  ଗ୍ରୀଷ୍ମ  ତୁମେ
କେବେ ଆନନ୍ଦମୟ,
ହେ ଗ୍ରୀଷ୍ମ ତୁମେ
ଭାରି ଛଳନମୟ ।


ପ୍ରଭାତର ଶୀତଳ ପ୍ରୀତି
ମଧ୍ୟାହ୍ନ ରେ ଆଇସକ୍ରିମ ସାଥୀ,
ଅପରାହ୍ନ ର ତତଲା ତାତି
ପୁଣି ଆସେ ବିଦ୍ୟୁତ ହୀନ ରାତି।

ଦେଇ ଚାଲ ସିନା
ତୁମେ ଅସୀମ ଭେଟି,
ତାରି ଭିତରେ  ଦିଏ
କଷ୍ଟ ଗୋଟି କି ଗୋଟି।
 
ହେ ଗ୍ରୀଷ୍ମ ତୁମେ
ପ୍ରଚଣ୍ଡ କିରଣ ର ଭଣ୍ଡାର,
ହେ ଗ୍ରୀଷ୍ମ ତୁମେ
ଅସରନ୍ତି ଦିନ ର ଅସର।

ତୁମ ଦାଉ ପରା
ବର୍ଷା ର ସ୍ୱାଗତକ,
ତୁମ ଆଗମନେ ପତ୍ରଝଡ଼ା ଦେଇ
ଗଛ ସାଜେ ନବାରମ୍ଭ ର ପ୍ରତୀକ।

ପଣା ସଂକ୍ରାନ୍ତି ର ଛତୁଆ
ପଣା ଲାଗେ ଭାରି ବଢିଆ,
ଅବସରେ ସଭିଙ୍କୁ ମଜା ଦିଏ
ଦହିସର୍ବତ୍ ଲେମ୍ବୁପାଣି ତୋରାଣି ନଡିଆ।

ନା ଅଛି ସ୍କୁଲ୍ ନା କଲେଜ୍
ନା ଅଛି ଚିନ୍ତା ନା ଅଛି ଭୟ,
ସମସ୍ତେ କରନ୍ତି ମଉଜ
ଜୀବନ ସତେ କି ସୁଖମୟ।

ତୁମ ଆଗମନେ
ନୂତନ ଚକ୍ର ର ଆରମ୍ଭ,
ତୁମ ଆଗମନେ 
ନବ ବର୍ଷ ଦିଏ ଶୁଭ।

ହେ ଗ୍ରୀଷ୍ମ ତୁମେ
କର କେତେ ଯେ ଅଭିନୟ,
ହେ ଗ୍ରୀଷ୍ମ ତୁମେ
ମହକାୟ ମହାମୟ ମହା ପ୍ରାୟ।
                                                                                                ସୂର୍ୟକନ୍ୟା

Post a Comment

0 Comments