ମୋ ପାଇଁ ମୋ ମାଆ ପୃଥିବୀ
ନା ସେ ମୋତେ ଜନ୍ମ ଦେଇଛି
ନା ସେ ମୋତେ ମରଣ ଦେଇଛି
କିନ୍ତୁ......
ମା'ର ମମତାଠୁ ଅଧିକ ସ୍ନେହ ଦେଇଛି
ଜୀବନକୁ ଜିଇଁବାର ରାସ୍ତା ଦେଖାଇଛି ।।
ମୋ ପାଇଁ ମୋ ମାଆ ପୃଥିବୀ
ନା ସେ ମାଆ ପରି ଛାତିରୁ ଅମୃତ ପିଆଇଛି
ନା ସେ ହାତ ଧରି ବାଟ ଚାଲିବା ଶିଖେଇଛି
କିନ୍ତୁ........
ବଞ୍ଚିବା ପାଇଁ ଅନବରତ ଜଳ,ବାୟୁ ଦେଇଛି
ଛିଡା ହେବା ପାଇଁ ଭୂମି ସେ ଦେଇଛି ।।
ମୋ ପାଇଁ ମୋ ମାଆ ପୃଥିବୀ
ନା ସେ ମୋତେ କାନ୍ଦିବା ଶିଖେଇଛି
ନା ସେ ମୋତେ ଏକା ରହିବାକୁ ଦେଇଛି
କିନ୍ତୁ......
ବାଧା ବିଘ୍ନକୁ ସାମ୍ନା କରିବାର ମନରେ ସାହସ ଦେଇଛି
ଜନ୍ମରୁ ମୃତ୍ୟୁ ଯାଏ ମୋ ସହ ରହିଛି ।।
ମୋ ପାଇଁ ମୋ ମାଆ ପୃଥିବୀ
ନା ସେ ମୋତେ କେବେ କଷ୍ଟ ଦେଇଛି
ନା ସେ ମୋତେ କେବେ ଦୁଃଖ ଦେଇଛି
କିନ୍ତୁ.......
ନିଜେ କଷ୍ଟ ସହି ଅନ୍ୟକୁ ହସେଇବା ଶିଖାଇଛି
ଦୁଃଖକୁ ସୁଖରେ ପରିଣତ କରିବାର କଳା ଶିଖାଇଛି ।।
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା, ଭଦ୍ରକ


0 Comments