ସମୟର ଅୟମାରମ୍ଭରେ
ସେ ମୋ ଭବିଷ୍ୟତ
ଆଉ ମୁଁ ତାର ଅତୀତ....
ସେ ମୋ ଆତ୍ମତ୍ରୁପ୍ତୀ
ହୁଏତ ମୁଁ ତାର ଆତ୍ମଜ୍ୱଳନ
ସେ ମୋ ନୟନତାରା
ମୁଁ ତାର ଅମାଅନ୍ଧାର.....
ସେତ ମୋର ସ୍ୱାଗତସମ୍ୱର୍ଦ୍ଧନା
ସମୟସୁଅରେ ମୁଁ ତାର ବିଦାୟୀଅତିଥି
ସେ ମୋର ପ୍ରାତଃଭ୍ରମଣର
ପହିଲି ସ୍ପର୍ଶ
ମୁଁ ତା ସନ୍ଧ୍ୟାଭ୍ରମଣର ମୁହୂର୍ତ୍ତେ ଉଛୁର ସମୟ.......
ସେ ମୋ ମନ ବେଳାଭୂମିର
ପୁଲକମୟ ସ୍ପ୍ରୁହା
ମୁଁ ତତଲା ବାଲିର
ଭରଣେ ଦୁଃଖର ପସରା.....
ସବୁପରେବି
ସେ ମୋ ପ୍ରେମର ପ୍ରଥମ ପାଣ୍ଡବ
ଆଉ ଆମ ପ୍ରେମ
ପେଡି ଭର୍ତ୍ତି ମୁଠାଏ ମିଠା ସ୍ପନ୍ଦନ...
ସ୍ୱର୍ଣ୍ଣପ୍ରଭା ଖଟୁଆ
ଯାଜପୁର


0 Comments