ଆମେ ସାଧାରଣତଃ ମା କାଳୀଙ୍କ ଯେଉଁ ରୂପ ଦେଖିଥାଉ ତାହା ଭିଷଣାକୃତି। ଜିହ୍ଵା ବାହାର କରି ସେ ମହାଦେବ ଙ୍କର ଛାତି ଉପରେ ଛିଡ଼ା ହୋଇଛନ୍ତି। ଗଳାରେ ତାଙ୍କର ନରମୁଣ୍ଡ ମାଳା ।ସେ ନରହସ୍ତା ନିର୍ମିତ ମେଖଳା ପରିହିତା, ଭିମଦର୍ଶନା , ଶିବ ପରିବେଷ୍ଟିତା, ତାଙ୍କର ଚାରିହାତରେ ଖଡ୍ଗ, ନରମୁଣ୍ଡ ଓ କଟରା ଯୁକ୍ତ।
କାଳୀ ଯେପରି ଚିରହସ୍ୟାବୃତ, କଥିତ ଅଛି, ସେ ଦୂର୍ଗା ଦେବୀଙ୍କର ଲଲାଟରୁ ଆବିର୍ଭୂତ ଦେବୀ ବିଶେଷ। ଚଣ୍ଡ ନାମକ ଅସୁର କୁ ବଧ କରିବା ସମୟରେ ମା ଙ୍କର ମୁହଁ କ୍ରୋଧରେ କୃଷ୍ଣଵର୍ଣ ହୋଇ ଉଠିବାରୁ ତାଙ୍କର ଲଲାଟ ଦେଶରୁ କରାଳ ବନ୍ଦନା, ଅସିପାଶ ଯୁକ୍ତ ଏଇ କାଳୀ ମା ଦୁର୍ଗାଙ୍କର ହିଁ ଅପର ଏକ ରୂପ।
ଦାନବ ଗଣ ଯେତେବେଳେ ପୃଥିବୀରେ ପ୍ରବଳ ହୋଇଉଠନ୍ତି, ସତ୍ ଓ ସାଧୁ ବ୍ୟକ୍ତି ଗଣ ଯେତେବେଳେ ସେମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ଜୀବ - ଅସ୍ତିତ୍ୱ ର ରକ୍ଷା ନିମନ୍ତେ ଆବିର୍ଭୂତ ହୁଅନ୍ତି ମା କାଳୀ।
ଜୀବର ଜୀବନ ଗତି ଯେତେବେଳେ ସ୍ତବ୍ଧ ହୋଇଆସେ, ପ୍ରକୃତିର ପାଷାଣ ଚାପରେ ମନମରା ହୋଇ ମଣିଷ ଯେତେବେଳେ ଦିନ କାଟୁଥାଏ। ଆଳସ୍ୟ, ଅକୃତଜ୍ଞାନ ଓ ଆତ୍ମମ୍ଭରିତା ରେ ଡ଼ୁବି ରହେ। ଯେତେବେଳେ ନିଜକୁ ସଙ୍କୁଚିତ କରିତୋଳେ ଫଳସ୍ୱରୂପ ଆଉ ପଥ ପାଏନା। ସେତେବେଳେ ହିଁ ପ୍ରୟୋଜନ ହୁଏ କାଳୀ ଆରାଧନା। ସେଇଥି ପାଇଁ ସକଳ ନିଅରଣ ଅପସାରିତ କରି ଜୀବନରେ ସାତ୍ୱତ ଗତିବେଗ କୁ ସଞ୍ଚାରିତ କରିବା। ସେଇଥିପାଇଁ ମା କାଳୀଙ୍କୁ ଶକ୍ତି ବି କୁହଯାଏ। ଶକ୍ତିର ଉପାସନା ଯେଉଁ ମାନେ କରନ୍ତି ସେମାନେ ଶାକ୍ତ ନାମରେ ଅଭିହିତ। ଏହା ହେଉଛି ମଣିଷର ବଞ୍ଚିବାର ଜୀବନ ଶକ୍ତି।
ଶକ୍ତି ପୂଜାକୁ କେହି କେହି ଅସତ୍ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି। ବର୍ତ୍ତମାନ ବି ମା କାଳୀଙ୍କୁ ସାମ୍ନାରେ ରଖି କେତେକ ନରଭର୍କ୍ଷ ମଣିଷ ଯେ ଭାବରେ ଟୁଇଷ୍ଟିନାଚ, ମଦ୍ୟପାନ ଓ ନାନାରକମର ଅଶାଳୀନ ହୋ ହାଲ୍ଲା କରନ୍ତି। ତାହାକୁ ଶକ୍ତି ପୂଜାର ମହିମା ବୋଲି ପ୍ରଚାର କୁହାଯାଏନା।
ଆଜି କାଲିର ଶକ୍ତି ପୂଜାର ସେ ନିଷ୍ଠା ନାହିଁ ଆମ ମଣିଷଙ୍କର ଶକ୍ତି ବଦଳରେ ଆମେ ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛନ୍ତି। ଅସତ୍ ବିରୁଦ୍ଧରେ ଛିଡା ହେବାର ସାହାସ ଆମର ନାହିଁ। ବଂଶ ମର୍ଯ୍ୟାଦା ଓ ଆଭିଜାତ୍ୟ ସମ୍ପର୍କରେ ଆମ୍ଭେ ମାନେ ସଚେତନ ହୋଇ ପାରୁନାହାନ୍ତି। ମା-ଭଉଣୀ, ସ୍ତ୍ରୀଙ୍କର ସମ୍ମାନ କୁ ନେଇ ଖେଳ ଖେଳିବାକୁ ଆମ୍ଭ ମାନଙ୍କୁ ଟିକେ ବି ପଶ୍ଚାତାପ ହୁଏନା । କଥା - କଥାରେ ଅପରକୁ ଆଘାତ କରିବାକୁ ଏବଂ ଏପରି କି ଜୀବନ ନବାକୁ ମଧ୍ଯ ଆମ୍ଭେମାନେ ପଶ୍ଚାତଗଦ ହେଉନା।
ଏହା କଣ ଶକ୍ତି ପୂଜାର ଫଳ ? ଯିଏ କଲ୍ୟାଣମୟୀ, ବିଶ୍ଵପ୍ରସବିନୀ, ତାଙ୍କୁ କଣ ଏପରି କରାଯାଏ। ଯଦି ତା ନହୁଏ ତେବେ ବୁଝିବାକୁ ହେବ। କଲ୍ୟାଣମୟୀ କାଳୀଙ୍କର ପୂଜା ସେଠାରେ ହୋଇନାହିଁ।
ମା'ଙ୍କର ସଖୀ ଆଠ ଯୋଗିନୀ, ସେମାନଙ୍କ ମଧ୍ୟରୁ ଛ ଜଣଙ୍କର ନାମ ହେଲା ଭୀଷଣା, ଚଣ୍ଡି, କରାଳା, ଶୂଳିନୀ, ହନ୍ତ୍ରୀ, ତ୍ରିପୁରା, ଏଗୁଡିକ ଯଦି ଆମେ ପ୍ରତୀକ ଭାବରେ ଗ୍ରହଣ କରୁ ଏ ସବୁ ହିଁ ହେଲା ଅକଲ୍ୟାଣ କୁ ବିରୋଧ କରିବା ପାଇଁ ମା' ଙ୍କର ଶକ୍ତି । ଅସତ୍ ବିରୁଦ୍ଧରେ ଅସୁର ପ୍ରକୃତି ର ଦମନରେ ଏଇମାନେ ପ୍ରଚଣ୍ଡା, ତେଣୁ କାଳୀ ଏକା ଧାରାରେ ଯେପରି ଜୀବନ ସଂରକ୍ଷକ, ସେପରି ପୁଣି ଜିବନକୁ ଯାହା ଦଳିତ ମଥିତ କରେ ତାହାର ସଂହାରକ। ସେ "ଭୟଦା" ପୁଣି "ଭୟନାଶିନୀ"।
ତେଣୁ ମା ଶିବାନୀ, ଶୁଭାନୀ, ମୋର ମା କଲ୍ୟାଣମୟୀ କାଳୀ, ତାଙ୍କର ସେହି ରୂପକୁ ଦେଖି ଆତଙ୍କ ଗ୍ରସ୍ତ ହୁଅନ୍ତି ପାପୀ ମାନେ। ସେମାନେ ମା ଙ୍କର ଭୟଙ୍କର ମୁଖ ଦେଖି ଭୟ ପାଆନ୍ତି।
ସିଂହୀ ଗର୍ଜନ କରିବା ସମୟରେ ଆଖ ପାଖରେ ଥିବା ଜୀବ, ଜନ୍ତୁ ସମେତ ମଣିଷ ବି ଆତଙ୍କିତ ହୋଇପଡେ କିନ୍ତୁ ସିଂହୀର ଶିଶୁ ଗୁଡିକ ବି ଆତଙ୍କିତ ହୁଅନ୍ତି ନାହିଁ ମାତ୍ର ତା ପଛେ ପଛେ ଚାଲିଥାନ୍ତି । ସେମାନେଙ୍କର ବୁକୁ କିନ୍ତୁ କମ୍ପେନା କାରଣ, ସେ ଜାଣେ ଏ ତ ମୋର ମା।
ଦାନବ ଦମନ କାଳରେ ସେ ପ୍ରଚଣ୍ଡା ଓ ଓଜସ୍ବିନୀ ମହାକାଳୀ ଘନ ଘନ ହୁଙ୍କାର ରେ ସେମାନଙ୍କର ପ୍ରାଣରେ ତ୍ରାସ ସୃଷ୍ଟି କରିଛନ୍ତି। ତେଣୁ ସେଭଳି ଧ୍ବନିର ସୃଷ୍ଟି।
ଗୁରୁ ହିଁ ଇଶ୍ୱରଙ୍କର ଜୀବନ୍ତ ପ୍ରତିମା । ତାଙ୍କୁ ଭଲପାଇଲେ ଇଶ୍ୱରଙ୍କ ସୃଷ୍ଟିର ସବୁ ଯାହା କିଛି ଉପରେହିଁ ପ୍ରୀତି ସୃଷ୍ଟି ହୁଏ। ସେତେବେଳେ କିଏ କହେ ମୋ ଶିବ ବଡ଼, କିଏ କହେ, ମୋ କୃଷ୍ଣ ବଡ କିଏ କହେ ମୋ ଦୁର୍ଗା ବଡ। ଆଉ ଯିଏ ବି ଦେଖେ ସମସ୍ତ ଦେବଶକ୍ତି ହିଁ ସେଇ ପରମ ଏକ ରହିଁ ବିଭିନ୍ନ ରୂପ, ଏକ ଅଦ୍ଵୈତ ପରମବ୍ରହ୍ମ ଙ୍କର ହିଁ ବିଭିନ୍ନ ପ୍ରକାଶ ମାତ୍ର। ତା ନିକଟରେ ଦେବତା,ଦାନବ ଓ ମଣିଷ ସମସ୍ତେ ମରକୋଚ ହୋଇ ଜୀବନ୍ତ ଉଭାସିତ ହୋଇଉଠନ୍ତି। ତେଣୁ ସେ ମୋର ମା..... ।।
ଓଁ ମା ଜୟନ୍ତୀ ମଙ୍ଗଳା କାଳୀ, ଭଦ୍ରକାଳୀ କପାଳିନୀ
ଦୁର୍ଗା କ୍ଷମା ଶିବାଧାତ୍ରୀ ସ୍ଵାହାସୁଧା ନମସ୍ତୁତେ।। ଓଁ "ମା"।।
ତାରିଣୀ ପ୍ରସାଦ ବେହେରା.. (ପିଣ୍ଟୁ)
ଆନନ୍ଦପୁର, କେନ୍ଦୁଝର



0 Comments